Jai Odisha
News

ଘରେ କୁକୁର ରଖିବାକୁ ଚାହୁଁଥିଲେ ସାବଧାନ,ବିଏମ୍‌ସି ପାଖରେ ରରେଜିଷ୍ଟ୍ରେସନ କରାଇବେ

ଭୁବନେଶ୍ୱର,୧୮/୧୧:   ସାବଧାନ । ଘରେ  ପୋଷା କୁକୁର ରଖିବାକୁ ଚାହୁଁଥିଲେ ପ୍ରଥମେ ବିଏମ୍‌ସି ପାଖରେ ପଞ୍ଜୀକରଣ କରିବାକୁ ହେବ ।  ଖୁବ୍‌ଶୀଘ୍ର ଏ ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର (ଏସ୍‌ଓପି) ଆସିବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଘରେ ପେଟ ଆନିମଲ ରଖୁଥିଲେ ସାବଧାନ। ବିଏମସି ଆଣିବ ନୂଆ ଗାଇଡ଼ଲାଇନ। ଘରେ ରଖୁଥିବା କୁକୁର ହେଉ କି ଗାଈ ମାଲିକମାନେ ବିଏମସି ଅଫିସରେ ରରେଜିଷ୍ଟ୍ରେସନ କରାଇବେ। ମାସକୁ ମାସ ତାଙ୍କର ଭ୍ୟାକ୍ସିନେସନ ହେଉଛି କି ନାହିଁ, ସଫା ସୁତୁରା ସହ ସ୍ୱାସ୍ଥ୍ୟ ଅବସ୍ଥାର ଯାଞ୍ଚ କରିବ ବିଏମସି। ମାଲିକ ମାନେ ଯେଉଁ ପୋଷା ପଶୁମାନଙ୍କୁ ଘରେ ରଖୁଛନ୍ତି ସେମାନଙ୍କୁ ଠିକ ପ୍ରଶିକ୍ଷଣ ଦେବେ।  ତାଙ୍କ ପାଇଁ ସୁସ୍ଥ ପରିବେଶ ଯୋଗାଇବେ।ଯଦି ଏହା ନ କରନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ । ଖୁବ ଶୀଘ୍ର ବିଏମସି ଏହା ପାଇଁ ନିର୍ଦ୍ଦିଷ୍ଟ ଗାଇଡ଼ଲାଇନ ଆଣିବାକୁ ଯାଉଛି। ଘରେ ରଖୁଥିବା ପଶୁ ଯେମିତି ଅନ୍ୟ ଲୋକଙ୍କୁ କ୍ଷତି ନ ପହଞ୍ଚାଏ ତା ଉପରେ ଗୁରୁତ୍ୱ ଦେବେ ମାଲିକ। ଯଦି ଏହା ନ କରନ୍ତି କୌଣସି ଲୋକେ ବିଏମସିରେ କମ୍ପ୍ଲେନ କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର ଅମୃତ  ସିଂ କୁଲାଙ୍ଗେ କହିଛନ୍ତି। ବିଏମସି ଏ ବାବଦରେ ଆଗକୁ ଭେଟନାରୀ ଡାକ୍ତରୀ ଟିମମାନଙ୍କ ସହ ମଧ୍ୟ ଆଲୋଚନା କରିବ।

Leave A Reply

Your email address will not be published.