Jai Odisha
News

ଘରୋଇ ଦଳ ବିପକ୍ଷରେ ୩ୟ ଦିନିକିଆରେ ଶୁଭମାନ ଗିଲ୍ ଙ୍କ ଶତକ

ନୂଆଦିଲ୍ଲୀ ,୨୨/ ୦୮: ଭାରତ ଜିମ୍ବାଓ୍ଵେ ବିପକ୍ଷରେ ଶେଷ ଦିନିକିଆରେ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୨୮୯ ରନ କରିଛି। ଶୁଭମାନ ଗିଲ୍ ଚମତ୍କାର ବ୍ୟାଟିଂ କରି ଦିନିକିଆ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି। ତାଙ୍କର ୯୭ ବଲରୁ ୧୩୦ ରନର ଦମଦାର ଇନିଂସ ବଳରେ ଭାରତ ଏହି ସ୍କୋର କରି ପାରିଛି। ଏଥିରେ ୧୫ ଚୌକା ଏବଂ ଏକ ଛକା ସାମିଲ୍। ଏହି ସମୟରେ ଗିଲ୍ ସଚିନ ତେନ୍ଦୁଲକରଙ୍କ ୨୪ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।ତୃତୀୟ ଦିନିକିଆରେ ଧମକାଦାର ଶତକୀୟ ଇନିଂସ (୧୩୦ରନ) ଖେଳିବା ସହ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ୨୨ ବର୍ଷୀୟ ଗିଲ୍‌ ୨୪ ବର୍ଷ ପୂର୍ବେ ତେନ୍ଦୁଲକର କରିଥିବା ରେକର୍ଡ ଭାଙ୍ଗିଛନ୍ତି । ଭାରତୀୟ ବ୍ୟାଟର୍‌ ଭାବେ ଜିମ୍ବାଓ୍ବେ ମାଟିରେ ସର୍ବାଧିକ ରନ୍‌ କରିବାରେ ରେକର୍ଡ କରିଛନ୍ତି ଶୁଭମାନ ଗିଲ । ୧୯୯୮ ମସିହାରେ ତେନ୍ଦୁଲକର ସେଠାରେ ଅପରାଜିତ ୧୨୭ରନର ଇନିଂସ ଖେଳିଥିଲେ । ଏବେ ଗିଲ ୧୩୦ ରନ କରି ମାଷ୍ଟର ବ୍ଲାଷ୍ଟରଙ୍କ ରେକର୍ଡ ଭାଙ୍ଗିଛନ୍ତି ।

 

Leave A Reply

Your email address will not be published.