Jai Odisha
News

ଘୁଞ୍ଚିଲା ଯୁକ୍ତ-୨ ନାମଲେଖା ନିମନ୍ତେ ଆବେଦନ ତାରିଖ

ଭୁବନେଶ୍ୱର,୨୦।୬: ରାଜ୍ୟ ସରକାର +୨ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି କରିଛନ୍ତି। ନାମଲେଖା ପାଇଁ ଆବେଦନ କରିବାର ଶେଷ ତାରିଖ ଆଜି ଅର୍ଥାତ ଜୁନ ୨୦ ଥିବାବେଳେ ଏହାକୁ ଜୁନ ୨୬ ଯାଏଁ ବୃଦ୍ଧି କରାଯାଇଛି। ଅଭିଭାବକ, ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କର ଅନୁରୋଧ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକାଦଶ ଶ୍ରେଣୀ ପାଇଁ ସାମସ୍ ପୋର୍ଟାଲ www.samsodisha.in ଜରିଆରେ ଆବେଦନ ତାରିଖକୁ ୨୦/୦୬/୨୦୨୩ ପରିବର୍ତ୍ତେ ୨୬/୦୬/୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତିା ଏହି ପରିବର୍ତ୍ତିତ ସୂଚୀ ଅନୁଯାୟୀ ପ୍ରଥମ ମେଧା ତାଲିକା ୦୨/୦୭/୨୦୨୩ ଦିନ ପ୍ରକାଶ ପାଇବା ପ୍ରଥମ ପର୍ଯ୍ୟାୟ ଆଡମିସନ୍ ଯଥାକ୍ରମେ ୦୩/୦୭/୨୦୨୩ରୁ ଆରମ୍ଭ ହୋଇ ୦୮/୦୭/୨୦୨୩ ମଧ୍ୟରେ ସଂପାଦନ କରାଯିବା ଦ୍ୱିତୀୟ ମେଧା ତାଲିକା ୧୬/୦୭/୨୦୨୩ ପ୍ରକାଶ କରାଯିବା ସହିତ ଏହାର ଆଡମିଶନ୍ ପ୍ରକ୍ରିୟା ୧୯/୦୭/୨୦୨୩ ସୁଦ୍ଧା ସଂପାଦନ କରାଯିବା ସେହିପରି ଅନ୍‌ଲାଇନ୍‌ ସ୍ପଟ୍ ଚୟନ ଆଡମିସନ ପ୍ରକ୍ରିୟା ୧୭/୦୭/୨୦୨୩ରୁ ଆରମ୍ଭ କରାଯାଇ ୨୭/୦୭/୨୦୨୩ ସୁଦ୍ଧା ସଂପାଦନ କରାଯିବା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ୨୯/୦୭/୨୦୨୩ରେ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ କରାଯିବା ଅଦ୍ୟାବଧି ସାମସ୍ ପୋର୍ଟାଲ ଜରିଆରେ ୪,୪୫,୮୮୭ ଜଣ ଆବେଦନକାରୀ ଯୁକ୍ତ ପାଠ୍ୟକ୍ରମ ପାଇଁ ଆବେଦନ କରିଛନ୍ତିା

Leave A Reply

Your email address will not be published.