Jai Odisha
News

ଚଣ୍ଡିଗଡ଼ରେ ୭୦୦୦ ଛାତ୍ରଛାତ୍ରୀ ତିଆରି କଲେ ହ୍ୟୁମାନ ତ୍ରିରଙ୍ଗା

ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ୭୦୦୦ ଛାତ୍ରଛାତ୍ରୀ ତିଆରି କଲେ ହ୍ୟୁମାନ ତ୍ରିରଙ୍ଗା |ଆଗାମୀ ୧୫ ଅଗଷ୍ଟରେ ଦେଶ ସ୍ୱାଧିନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ ହେବ। ଏହି ଅବସରରେ ସାରା ଦେଶରେ ଆଜି ଠାରୁ ପ୍ରତି ଘରେ ଘରେ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ ହୋଇଛି। ଚଣ୍ଡିଗଡ଼ରେ ତ୍ରିରଙ୍ଗାକୁ ନେଇ ବିଶ୍ୱ ରେକର୍ଡ ହୋଇଛି। ସୂଚନା ଅନୁସାରେ , ଏଠାରେ ଏକ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ହ୍ୟୁମାନ ଚେନ୍‌(ମାନବ ଶୃଙ୍ଖଳ) ସହ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଛି। ଏହି ତ୍ରିରଙ୍ଗା ଯାତ୍ରାରେ ୭୦୦୦ ଛାତ୍ରଛାତ୍ରୀ ହ୍ୟୁମାନ ଚେନ୍‌ ତିଆରି କରି ବିଶ୍ୱ ରେକର୍ଡରେ ଅଧିକାରୀ ହୋଇ ପାରିଛନ୍ତି। ୧୫ ଅଗଷ୍ଟରେ ଦେଶର ସ୍ୱାଧିନତାକୁ ୭୫ ବର୍ଷ ପୂରିବ। ଏଥିପାଇଁ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଅଭିଯାନ ଅନୁସାରେ , ସାରା ଦେଶରେ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରାଯାଉଛି। ଆଜି ଠାରୁ ପ୍ରତି ଘରେ ତ୍ରିରଙ୍ଗା ଯାତ୍ରା ମଧ୍ୟ ଆରମ୍ଭ ହୋଇ ସାରିଛି । ଚଣ୍ଡିଗଡ଼ରେ ସେକ୍ଟର ୧୬ ସ୍ଥିତ କ୍ରିକେଟ୍‌ ଷ୍ଟାଡିୟମରେ ସବୁଠୁ ବଡ଼ ହ୍ୟୁମାନ ଚେନ୍‌ ସହ ତ୍ରିରଙ୍ଗା ଉତ୍ତୋଳନ କରା ଯାଇଛି । ଏହି ଚେନ୍‌ରେ ୭୦୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।   କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେଖୀ, ଚଣ୍ଡିଗଡ଼ର ପ୍ରଶାସକ ବନବାରୀଲାଲ ପୁରୋହିତ ଓ କୁସ୍ତି ଯୋଦ୍ଧା ଯୋଗେଶ୍ୱର ଦତ୍ତ ( ଅଲିମ୍ପିକ ପଦକ ବିଜେତା) ଏନଆଇଡି ଫାଉଣ୍ଡେସନ ଓ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ। ପୁରୋହିତ ସବୁ ଅଂଶଗ୍ରହଣକାରୀଙ୍କୁ ଏହି ଉପାଧିକୁ ପ୍ରାପ୍ତ କରିବା ପାଇଁ ଧନ୍ୟବାଦ ଦେଇଛନ୍ତି ଏବଂ ଲୋକଙ୍କୁ ନିଜ ଘରୁ ରାଷ୍ଟ୍ରୀୟ ଧ୍ୱଜ ଉତ୍ତୋଳନ ପାଇଁ ଅନୁରୋଧ କରିଛନ୍ତି ।

 

Leave A Reply

Your email address will not be published.