Jai Odisha
News

ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପ୍ରସ୍ତୁତି ନେଇ ପ୍ରଥମ ବୈଠକ ଶେଷ

ରାତି 10 ରୁ 10.30 ମଧ୍ୟରେ ଚଳିତ ବର୍ଷ ଉଠିବ ଲିଙ୍ଗରାଜ ମହାଦୀପ

ଭୁବନେଶ୍ୱର : ପୂର୍ବ ବର୍ଷ ପରି ଏହି ବର୍ଷ ମଧ୍ୟ ପୂଜା ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ. ଏ ନେଇ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧକ୍ଷତା ରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି. ମନ୍ଦିର ପ୍ରଶାସନ ସହ ବ୍ରାହ୍ମଣ ନିଯୋଗ , ପୂଜାପଣ୍ଡା ନିଯୋଗ , ସମର୍ଥା, ପାଲିଙ୍କିଆ ନିଯୋଗ ଉପସ୍ଥିତରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବା ସହ ଏହି ନିଷ୍ପତ୍ତି ନିଆଯାଇଛି. ରାତି 10 ରୁ 10.30 ଭିତରେ ମହାଦୀପ ଉଠାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି.

 

Leave A Reply

Your email address will not be published.