Jai Odisha
News

ଚାକିରିରୁ ବିଦା ହେଲା ଏଏସ୍‌ଆଇ ଗୋପାଳ ଦାସ

ଝାରସୁଗୁଡ଼ା,୩୦।୧: ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ନବ ଦାସଙ୍କୁ ହତ୍ୟା ଘଟଣାରେ ପୁଲିସ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି | ସମ୍ବିଧାନ ଧାରା ୩୧୧ ଆଧାରରେ ତାଙ୍କୁ ବହିଷ୍କାର କରାଯାଇଛି | ଗୋପାଳକୃଷ୍ଣ ଦାସଙ୍କୁ ଝାରସୁଗୁଡା ଏସପି ବହିଷ୍କାର କରିଥିବାବେଳେ ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ ମଧ୍ୟ କରିଥିଲା | ଚାକିରିରୁ ବିଦା ହେଲା ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ। ଝାରସୁଗୁଡ଼ା ଏସ୍‌ପି ଗୋପାଳଙ୍କୁ ଚାକିରିରି ବରଖାସ୍ତ କରିଛନ୍ତି। ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଟନ୍ତି। ଗତକାଲିଠାରୁ ଅଟକ ଥିବା ଗୋପାଳ ଦାସଙ୍କୁ ଆଜି ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି। ସେପଟେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ କିପରି କୋର୍ଟରେ ହାଜର କରାଯିବ ସେ ନେଇ ପୋଲିସର ଚିନ୍ତା ବଢିଛି । ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ହାଜର କରାଯିବ, ସେ ନେଇ ଏକ ବେଠକ କରିଛି ପୋଲିସ । ଉଭୟ ପୋଲିସ ଏବଂ କ୍ରାଇମବ୍ରାଞ୍ଚର ଉଚ୍ଚସ୍ତରୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ଗୋପାଳକୁ ସିଧାସଳଖ କୋର୍ଟରେ ହାଜର କରିବା ବିପଦପୁର୍ଣ୍ଣ ହୋଇପାରେ । ତେଣୁ ତାକୁଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର କରିବାୁ ଏହି ବୈଠକରେ ନିଷ୍ପତି ହୋଇଛି ।  ରବିବାର ମନ୍ତ୍ରୀ ନବ ଦାସଙ୍କୁ ନିଜ ସର୍ଭିସ ବନ୍ଧୁକରୁ ଗୁଳି ମାରି ହତ୍ୟା କରିଥିବା ଗୋପାଳ ଦାସଙ୍କୁ ପୁଲିସ ଗତକାଲିଠୁ ଗିରଫ କରି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି । ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧି ଛକ ଫାଣ୍ଡି ଅଫିସର ଭାବେ ଗୋପାଳ କାର୍ଯ୍ୟ କରୁଥିଲେ ଓ ଗତକାଲି ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ (ଟ୍ରାଫିକ ମ୍ୟାନେଜମେଂଟ)ରେ ରହିଥିଲେ । ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ଏବେ ସୁନ୍ଦରଗଡ଼ ରିଜର୍ଭ ପୁଲିସ ବାରାକରେ ରଖି ଜେରା କରୁଛି ।

Leave A Reply

Your email address will not be published.