Jai Odisha
News

ଚାର୍ଲସ ୩ୟ ହେଲେ ବ୍ରିଟେନର ନୂଆ ମହାରାଜା

ଲଣ୍ଡନ,୧୦।୯ : ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ପରେ ତାଙ୍କ ବଡ଼ପୁଅ ଚାର୍ଲସ ଆର୍ଥର ଫିଲିପ୍ ଜର୍ଜଙ୍କୁ ଆନୁଷ୍ଠାନିକ  ଗ୍ରେଟ୍ ବ୍ରିଟେନର ମହାରାଜା ଘୋଷଣା କରାଯାଇଛି । ମହାରାଜା ହେବା ପରେ ତାଙ୍କ ନାଁ ହୋଇଛି ମହାରାଜା ଚାର୍ଲସ ୩ୟ । ମହାରାଜା ଭାବେ ସେ ବ୍ରିଟେନ, ଉତ୍ତର ଆୟର୍ଲାଣ୍ଡର ଶାସନ ମୁଖ୍ୟ ହେବେ । ଏହା ସହିତ ସେ ରାଜ୍ୟଗୋଷ୍ଠୀର ମୁଖ୍ୟ ହେବେ । ବ୍ରିଟେନରେ ମହାରାଣୀ ଯୁଗର ହେଲା ଅବସାନ। ଦୀର୍ଘ ବର୍ଷ ପରେ ଏବେ ବ୍ରିଟେନ୍‌ରେ ରାଜାଙ୍କ ଶାସନ ଆରମ୍ଭ ହୋଇଛି। ଗୁରୁବାର ମହାରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କ ମୃତ୍ୟୁ ପରେ ପ୍ରିନ୍ସ ଚାର୍ଲ୍ସ-୩ ଙ୍କ ଶନିବାର ହୋଇଛି ରାଜ୍ୟାଭିଷେକ। ଶନିବାର ଲଣ୍ଡନର ସେଣ୍ଟ ଜେମ୍ସ ପ୍ୟାଲେସରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ସହିତ ବ୍ରିଟେନ୍‌ର ନୂତନ ସମ୍ରାଟ ଘୋଷିତ ହେବା ସମ୍ପର୍କିତ ସବୁ ଜରୁରୀ ଔପଚାରିକ କାର୍ଯ୍ୟ ଶେଷ ହୋଇଛି। କିଙ୍ଗ ଚାର୍ଲ୍ସ-୩ ଙ୍କ ସହିତ ପତ୍ନୀ କନସର୍ଟ କେମିଲା ଓ ପୁଅ ତଥା ବ୍ରିଟେନ୍‌ର ଆଗାମୀ ଉତ୍ତରାଧିକାରୀ ପ୍ରିନ୍ସ ଓ୍ବିଲିୟମ୍ ଏହି ସମାରୋହରେ ସାମିଲ ହୋଇଥିଲେ। ପ୍ରିନ୍ସ ଓ୍ବିଲିୟମ୍ ନୂତନ ପ୍ରିନ୍ସ ଅଫ୍ ଓ୍ବେଲସ୍ ଅଛନ୍ତି। ପ୍ରଥମ ଥର ପାଇଁ ଏଭଳି ଐତିହାସିକ ସମାରୋହକୁ ଟିଭିରେ ସିଧା ପ୍ରସାରଣ କରାଯାଇଥିଲା। କିଙ୍ଗ ଚାର୍ଲ୍ସ ତୃତୀୟ ବ୍ରିଟେନର ରାଜା ହୋଇଥିବା ବେଳେ ତାଙ୍କ ପତ୍ନୀ କାମିଲା କୁଇନ୍‌ କନସର୍ଟ ଭାବରେ ଚୟନ ହୋଇଛନ୍ତି।ଆଜି ଲଣ୍ଡନର ସେଣ୍ଟ ଜେମ୍ସ ପ୍ରାସାଦରେ ବ୍ରିଟେନର ଆକସେସନ କାଉନସିଲ ପକ୍ଷରୁ ଔପଚାରିକ ଭାବେ ମହାରାଜା ଘୋଷଣା କରିଛନ୍ତି । ଏହି ଆକସେସନ କାଉନସିଲରେ ବ୍ରିଟେନର ବର୍ତ୍ତମାନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି, ଧର୍ମଗୁରୁମାନେ ସଦସ୍ୟ ଥାଆନ୍ତି । ଆନୁଷ୍ଠାନିକ ଭାବେ ମହାରାଜା ଘୋଷଣା ହେବା ପରେ ଚାର୍ଲସ ୩ୟ ନିଜ ମାତା ତଥା ରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ସଂପର୍କରେ ଘୋଷଣା କରିଛନ୍ତି ।ଆନୁଷ୍ଠାନିକ ଭାବେ ମହାରାଜା ଘୋଷଣା ହେବା ପରେ ବ୍ରିଟେନର ନୂଆ ଜାତୀୟ ସଂଗୀତ ଗାନ କରାଯାଇଛି । ପୂର୍ବରୁ ପ୍ରଚଳିତ ଜାତୀୟ ସଂଗୀତରେ ଗଡ୍ ସେଭ ଦି କ୍ବିନ ( ରାଣୀଙ୍କୁ ଇଶ୍ବର ରକ୍ଷା କରନ୍ତୁ) ଥିବାବେଳେ ତାହାକୁ ସଂଶୋଧନ କରାଯାଇ ଗଡ୍ ସେଭ ଦି କିଙ୍ଗ୍ କରାଯାଇଛି ।

Leave A Reply

Your email address will not be published.