Jai Odisha
News

ଚାଲିଗଲେ ଭାରତୀୟ ସଂଗୀତର ମୀରା

ମୁମ୍ବାଇ,୪ା୨: ପଦ୍ମଭୂଷଣ ପୁରସ୍କାର ପାଇଥିବା ଲୋକପ୍ରିୟ ଗାୟିକା ବାଣୀ ଜୟରାମଙ୍କ ଦେହାନ୍ତ ହୋଇଛି। ଚେନ୍ନାଇସ୍ଥିତ ତାଙ୍କ ଘରେ ବାଣୀ ଜୟରାମଙ୍କ ପରଲୋକ ହୋଇଥିବ‌ା ଖବର ମିଳିଛି । ହଠାତ ତାଙ୍କ ଦେହାନ୍ତ ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ମୃତ୍ୟୁ ଖବରକୁ ନେଇ ଏବେ ଦେଶର ସଂଗୀତ ଦୁନିଆରେ ଶୋକର ଲହରୀ ଖେଳିଯାଇଛି।  ଜାତୀୟ ପୁରସ୍କାର ବିଜେତା କିମ୍ବଦନ୍ତୀ ଗାୟକ ବାଣୀ ଜୟରାମଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଚେନ୍ନାଇସ୍ଥିତ ତାଙ୍କ ଘରୁ ମୃତଦେହ ମଳିଛି। ଏହି ଖବର ସମସ୍ତଙ୍କୁ ଚକିତ କରିଥିବାବେଳେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ନିକଟରେ ଜଣେ ବୃତ୍ତିଗତ ଗାୟିକା ଭାବେ ବାଣୀ ସଙ୍ଗୀତଜଗତର ୫୦ବର୍ଷ ପୂରଣ କରିଥିଲେ। ସେ ତାଙ୍କ କ୍ୟାରିୟରରେ ୧୦,୦୦୦ରୁ ଅଧିକ ଗୀତ ରେକର୍ଡ କରିଥିଲେ। ବାଣୀ ଆର୍‌ଡି ବର୍ମନ, କେ.ଭି. ମହାଦେବନ, ଓପି ନାୟାର ଏବଂ ମଦନ ମୋହନଙ୍କ ସମେତ ଅନେକ ପ୍ରସିଦ୍ଧ ସଙ୍ଗୀତକାରଙ୍କ ସହ କାମ କରିଥିଲେ।ବାଣୀ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲାମ, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗାଳୀ, ଭୋଜପୁରୀ ଏବଂ ଓଡ଼ିଆ ଭାଷାରେ ଅନେକ ଗିତ ଗାଇଥିଲେ। ତାଙ୍କୁ ତାମିଲନାଡ଼ୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜରାଟ ଏବଂ ଓଡ଼ିଶା ପକ୍ଷରୁ ରାଜ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.