Jai Odisha
News

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ହୋହଲ୍ଲା ,ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର,୨୪ା୨:ଆଜି ଅପରାହ୍ଣରେ ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗତ ବର୍ଷ ତୁଳନାରେ ଏବର୍ଷ ପ୍ରାୟ ୧୫ ପ୍ରତିଶତ ବଜେଟ୍ ବଢ଼ିବ ବୋଲି ଆକଳନ କରାଯାଇଛି। କିନ୍ତୁ ଖର୍ଚ୍ଚ ଭରଣା ପାଇଁ ପୁଣି ଋଣ ଉପରେ ଭରସା କରିବାକୁ ପଡ଼ିପାରେ। ଗତବର୍ଷ ବଜେଟ ୨ ଲକ୍ଷ କୋଟି ଟଙ୍କା ଥିଲା। ଏଥର ଅଢେଇ ଲକ୍ଷ କୋଟି ଟଙ୍କାର ବଜେଟ୍ ଆସିବ ବୋଲି ଆକଳନ କରାଯାଇଛି। ଆଜି ବିଧାନସଭାର ବଜେଟ ଅଧିବେଶନ ପ୍ରଶ୍ନକାଳରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ। ସେମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଏହି କାରଣରୁ ବିଧାନସଭାର ବଜେଟ ଅଧିବେଶନରେ ପ୍ରଶ୍ନକାଳ ଚାଲିପାରଲାନି। ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

Leave A Reply

Your email address will not be published.