Jai Odisha
News

ଚିଲିକା ବିଧାୟକଙ୍କ କାର୍‌ ଧକ୍କାରେ ୬ ଜଣ ଗୁରୁତର

ଟାଙ୍ଗୀ ୧୨/୦୩ :  ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ   କାର୍‌ ଧକ୍କାରେ ୬ ଜଣ ଗୁରୁତର ହୋଇଛନ୍ତି ।  ବ୍ଲକ ଚେୟାରମ୍ୟାନ୍ ନିର୍ବାଚନ ଚାଲିବା ସମୟରେ ଲୋକଙ୍କ ଗହଳି ଉପ​‌ରେ କାର ଚଢ଼ାଇ ଦେଇଥିଲେ। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୬ ଜଣ ଗୁରୁତର ହୋଇଥିଲେ। ଫଳରେ ଉପସ୍ଥିିତଥିବା ଜନତା ଆକ୍ରୋଶର ଶୀକାର ହୋଇଥିଲେ ବିଧାୟକ। ତାଙ୍କୁ  ଟାଣି ଆଣି ପ୍ରବଳ ମାଡ଼ ମାରି ଲୁହୁଲୁହାଣ କରିଥିଲେ ସାଧାରଣ ଜନତା। ଏଥି ସହିତ ବିଧାୟକଙ୍କ ଗାଡ଼ିକୁ ଭଙ୍ଗା ରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ। କିଛି ସମୟ ଧରି ବ୍ଲକ କାର୍ଯ୍ୟଳୟ ନିକଟରେ ରଣକ୍ଷତ୍ର ପାଲଟିଥିବା ଦେଖିବାକୁ ମିଳିଥିଲା। ଉତ୍ତେଜନାକୁ ନେଇ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।ସେହିପରି ଦୁର୍ଘଟଣାରେ ଆହତ ଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମ ବାଣପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ୨ ଜଣଙ୍କୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହତଙ୍କ ମଧ୍ୟରୁ ୩ରୁ ୪ ଜଣ ପୋଲିସ କର୍ମଚାରୀ ଅଛନ୍ତି।  ଉତ୍ୟକ୍ତ ଲୋକେ ବିଧାୟକଙ୍କ କାର୍‌କୁ ଓଲଟାଇଦେଇଛନ୍ତି । ସୁରକ୍ଷା ଦୃଷ୍ଟିରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ କେହି ମୃତ୍ୟୁବରଣ କରିଥିବାର ଖବର ନାହିଁ ବୋଲି ଏସପି କହିଛନ୍ତି ।

Leave A Reply

Your email address will not be published.