Jai Odisha
News

ଚିହ୍ନଟ ହେଲେ ନକଲି ଔଷଧ ଯୋଗାଇଥିବା ବିହାରର ଦୁଇ ବ୍ୟବସାୟୀ

କଟକ,୨୪/୯: କଟକ ନକଲି ଔଷଧ କାରବାର ମାମଲାରେ ପୁଲିସକୁ ସଫଳତା। ଚିହ୍ନଟ ହେଲେ ନକଲି ଔଷଧ ଯୋଗାଇଥିବା ବିହାରର ଦୁଇ ବ୍ୟବସାୟୀ। ଏନେଇ କଟକ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।ନକଲି ଔଷଧ କାରବାର ମାମଲା । କଟକ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା । ବିହାର ଯାଇଥିବା କଟକ କମିଶନରେଟ ପୋଲିସ ଟିମକୁ ସଫଳତା ମିଳିଛି । ଚିହ୍ନଟ ହୋଇଛନ୍ତି ନକଲି ଔଷଧ ଯୋଗାଇ ଦେଇଥିବା ବିହାରର ଦୁଇ ବ୍ୟବସାୟୀ । ଉତ୍ପାଦନ କେଉଁଠାରେ ହୋଇଥଲା ତାର ଯାଞ୍ଚ କରୁଛି କମିଶନରେଟ ପୋଲିସ । ଏହି ରାକେଟରେ ଆହୁରି ଲୋକଙ୍କ ସଂପୃକ୍ତି ରହିଛି ।  ଯାହାକୁ ନେଇ ପୋଲିସକୁ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ମିଳିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରୁ ନକଲି ଟେଲମା– 40 ଔଷଧ କଟକରୁ ଆସୁଥିବାରୁ ଏହାର ଆନ୍ତଃରାଜ୍ୟ ଲିଙ୍କ୍ ନେଇ ଅଧିକ ଖୋଳତାଡ ପାଇଁ ରାଜ୍ୟ ବାହାରକୁ ଯାଇଛି ପୋଲିସ ଟିମ୍ । ହେଲେ ଏ ପର୍ଯ୍ୟନ୍ତ ପୋଲିସ ହାତରେ ଲାଗିନି ନକଲି ଔଷଧ ପ୍ରସ୍ତୁତ କରୁଥିବା ସଂସ୍ଥା । ଏଥିନେଇ ତଦନ୍ତ ଚାଲିଛି ପୋଲିସ କହିଛି କମିଶନରେଟ ପୋଲିସ ।

Leave A Reply

Your email address will not be published.