Jai Odisha
News

ଚୀନରେ ଭୁଶୁଡ଼ିଲା ସୁନା ଖଣି

ନୂଆଦିଲ୍ଲୀ,୨୫।୧୨ : ଚୀନର ଶିନଜିଆଙ୍ଗ ପ୍ରଦେଶରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଚୀନ୍ ହେଉଛି ବିଶ୍ୱର ବୃହତ୍ତମ ଖଣି ଶିଳ୍ପ। ଏହା ମଧ୍ୟ ବିଶ୍ୱର ବୃହତ୍ତମ କୋଇଲା ଉତ୍ପାଦନକାରୀ ଦେଶ। ତେବେ ଚୀନର ଖଣିଗୁଡ଼ିକ ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ। ଏଠାରେ ସୁରକ୍ଷା ଅଭାବରୁ ଶ୍ରମିକମାନେ ଅନେକ ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି।ଏଠାରେ ଏକ ସୁନା ଖଣି ଭୁଶୁଡ଼ି ପଡିଛି, ଯେଉଁଥିରେ ୧୮ ଜଣ ଲୋକ ଫଶି ରହିଛନ୍ତି। ଅଧିକାରୀଙ୍କ କହିବାନୁଯାୟୀ, ଘଟଣା ସମୟରେ ମୋଟ ୪୦ ଜଣ କର୍ମଚାରୀ ଖଣି ଭିତରେ ଥିଲେ। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏଥିସହ ଅବଶିଷ୍ଟ ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

 

 

Leave A Reply

Your email address will not be published.