Jai Odisha
News

ଚୀନ ଭୂତାଣୁ BF 7କୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ,୨୨।୧୨: ଚାଇନାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଭାରତରେ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ବିଏଫ୍‌-୭ର ୪ଟି ମାମଲା ଚିହ୍ନଟ ହେବାପରେ କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି। ଦେଶରେ ତୁରନ୍ତ କୋଭିଡ୍‌ ଗାଇଡ୍‌ଲାଇନ୍‌ ବା ମାର୍ଗ ଦର୍ଶିକାକକୁ ପାଳି କରିବା ପାଇଁ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ ପରାମର୍ଶ ଦେଇଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଏବଂ ଥଣ୍ଡା କାଶ ହେଲେ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଚୀନ୍‌ରେ ଏବେ ହାହାକାର ସୃଷ୍ଟି କରିଥିବା ବିଏଫ୍‌.୭ ଭୁତାଣୁ ଭାରତରେ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡଭିଆ, ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ, ନୀତି ଆୟୋଗ ସଦସ୍ୟ ଡ.ଭି.କେ.ପଲ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଯୋଗ ଦେଇଥିଲେ। ଏହି ବୈଠକ ପ୍ରାୟ ୧ ଘଣ୍ଟା ଧରି ଚାଲିଥିବା ବେଳେ ଏଥିରେ ଦେଶରେ ବର୍ତ୍ତମାନ କରୋନା ପ୍ରସ୍ତୁତି ଏବଂ ଆଗାମୀ ଦିନର ଯୋଜନା ଉପରେ ଆଲୋଚନା ହୋଇଥିଲା।ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସମସ୍ତ ଅଧିକାରୀ ଯୋଗଦେଇଛନ୍ତି । ଏହି ବୈଠକରେ ୬ ରାଜ୍ୟକୁ ସାମିଲ କରାଯାଇଛି। ଉତ୍ତରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ଏବଂ ତାମିଲନାଡୁ ରାଜ୍ୟକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି।କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣକୁ ରୋକିବା ପାଇଁ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ନେଇ କେନ୍ଦ୍ର ସରକାର ଏକ ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଉକ୍ତ ଗାଇଡ୍‌ଲାଇନ୍‌ରେ ଦେଶରେ ଥିବା ସମସ୍ତ ବିମାନବନ୍ଦରର ଯାତ୍ରୀଙ୍କ ନିୟମିତ ନମୁନା ସଂଗ୍ରହ କରିବାକୁ କୁହାଯାଇଛି। ଓମିକ୍ରନ୍‌ ସବ୍‌ ଭ୍ୟାରିଆଣ୍ଟ ବିଏଫ୍‌-୭କୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ହେଲେ ସଂକ୍ରମଣକୁ ହରାଇବା ପାଇଁ ଲୋକମାନେ ଭିଡ଼ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏଥିସହ କରୋନା ପଜିଟିଭ୍‌ର ନମୁନାକୁ ଜିନୋମ୍‌ ସିକ୍ୱେନ୍ସିଂ ଲ୍ୟାବ୍‌ ପଠାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.