Jai Odisha
News

ଚେକିଂ ସମୟରେ ଉପଜିଲ୍ଲାପାଳଙ୍କୁ ମାଡ

ବାଲେଶ୍ୱର,୩ ।୨:ଚେକିଂ ସମୟରେ ଉପଜିଲ୍ଲାପାଳଙ୍କୁ ମାଡ| ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଆଜି ଆକ୍ରମଣ ହୋଇଛି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସହଦେବଖୁଣ୍ଟା ଥାନା ଦହପଡା ନିକଟରେ ହେଉଥିବା ଚେକିଂ ସମୟରେ ଏହି ଅଘଟଣ ଘଟିଛି । ଉପଜିଲ୍ଲାପାଳଙ୍କ ସହ ତାଙ୍କ ଡ୍ରାଇଭର ମଧ୍ୟ ଏହି ଆକ୍ରମଣର ଶିକାର ହୋଇଛନ୍ତି ।ତେବେ ମିଳିଥିବା ସୂଚନା ଅନୁଯାୟୀ ଆଜି ଉପଜିଲ୍ଲାପାଳ କୁନାଲ ସୀତାରାମ ଚୌହ୍ନାନଙ୍କୁ କିଛି ବାଲି ମାଫିଆ ଆକ୍ରମଣ କରିଛନ୍ତି । ତେବେ ସେ ଆଜି ବାଲେଶ୍ୱର ଜିଲ୍ଲା ଦହପଡା ନିକଟରେ ଚେକିଂ କରୁଥିବା ସମୟରେ ଏହି ଅଘଟଣ ଘଟିଛି । ତେବେ ଜିଲ୍ଲାପାଳ ସମେତ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ବାଲିମାଫିଆମାନେ ଆକ୍ରମଣ କରିଥିଲେ । ଏଥିସହିତ ଉଭୟଙ୍କୁ ନିସ୍ତୁକ ମାଡ ମାରଥିଲେ । ଫଳରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧଆର କରି ବାଲେଶ୍ୱର ମେଡିକାଲରରେ ଭର୍ତ୍ତି କରିଛନ୍ତି । ଏଥିସହିତ ବର୍ତ୍ତମାନ ଉଭୟଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି । ଅନ୍ୟପକ୍ଷେ ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହିତ ଆକ୍ରମଣକାରୀଙ୍କୁ ଖୋଜୁଥିବା ଜଣାପଡିଛି ।

Leave A Reply

Your email address will not be published.