Jai Odisha
News

ଚୋରା ମଦ ବିକ୍ରି ବେଳେ ଧରିଲା ପୋଲିସ ,୧୧ ଲିଟର ମଦ ଜବତ

କେନ୍ଦ୍ରାପଡ଼ା, ୦୨/୧୧ :  ଚୋରା ମଦ ବିକ୍ରି ବେଳେ ଧରିଲା ପୋଲିସ। ମାର୍ଶାଘାଇ ଲକ୍ ଛକରେ ଦେଶୀ ଓ ବିଦେଶୀ ମଦ ବିକ୍ରି ଚାଲିଥିବା ବେଳେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଭାସ୍କର ଜେନା ଓରଫ ହଗନା। ବିଗତ କିଛିଦିନ ହେବ ମାର୍ଶାଘାଇ ପୁଲିସ ନିଶା ଧରପଗଡ଼ ଅଭିଯାନ ଜୋରଦାର କରିଛି। ମଙ୍ଗଳବାର ସନ୍ଧ୍ୟାରେ ମାର୍ଶାଘାଇ ଲକ୍ ଛକରେ ଦେଶୀ ଓ ବିଦେଶୀ ମଦ ବିକ୍ରି ଚାଲିଥିବା ବେଳେ ଏଏସ୍ଆଇ ଲୋଭାବତୀ ସାହୁଙ୍କ ନେତୃତ୍ୱରେ ପୋଲିସ ଚଢାଉ କରିଛି। ଚୋରା ମଦ ବିକ୍ରି ଅଭିଯୋଗରେ ପୋଲିସ ସ୍ଥାନୀୟ ଅଞ୍ଚଳର ଭାସ୍କର ଜେନା ଓରଫ ହଗନାକୁ ଗିରଫ କରିଛି। ଭାସ୍କରଙ୍କ ଠାରୁ ପ୍ରାୟ ୧୧ ଲିଟର ମଦ ଜବତ ହୋଇଛି।

Leave A Reply

Your email address will not be published.