Jai Odisha
News

ଜଟଣୀରୁ ଜବତ ହେଲା ୧.୩୨ କୋଟିର ବ୍ରାଉନ ସୁଗାର

ଭୁବନେଶ୍ବର, ୧୦।୦୩ :   କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌।  ଖୋର୍ଦ୍ଧାରୁ ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନ୍ ସୁଗାର । ପ୍ରାୟ ୧.୩୨୦ କିଗ୍ରା ଡ୍ରଗ୍ସ ଜବତ କରିଛି ଏସ୍ଟିଏଫ୍ । ଖୋର୍ଦ୍ଧାର ଜଟଣୀ ଅନ୍ତର୍ଗତ ରାଜାବଜାରରୁ ଏହି ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯାଇଛି । ଏହା ସହିତ ଏହି ମାମଲାରେ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାର୍‌ବାର ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ଏସ୍‌ଟିଏଫ୍‌ ଟିମ୍‌ ଜଟଣୀ ରାଜାବଜାରରେ ଚଢାଇ କରିଥିଲା । ଏହି ଚଢାଉରେ ପ୍ରାୟ ୧ କେଜି ୩୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷ ହେବ ବୋଲି ସୂଚନା ମିଳିଛି । ଏହାସହ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଏବଂ ଗୋଟିଏ ପଲସର୍‌ ବାଇକ୍ ଜବତ ହୋଇଛି । ସେହିପରି ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ଗିରଫ ୩ ଜଣ ହେଲେ ଜଟଣୀ ରାଜାବଜାର ଗଜପତିନଗରର ସେକ୍‌ ସମୀର ଏବଂ ସୟଦ୍‌ ଇମ୍‌ତିୟାଜ୍  ଏବଂ ପୁରୀ ଡେଲାଙ୍ଗ ହରିରାଜପୁରର ରତି ରଞ୍ଜନ ରାଉତରାୟ ବୋଲି ଜଣାପଡିଛି ।

Leave A Reply

Your email address will not be published.