Jai Odisha
News

ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍‌ , ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଖୋର୍ଦ୍ଧା  ,୧୧ା୫: ଖୋର୍ଦ୍ଧା ଜିଲା ଜଟଣୀଠାରେ ଗୁରୁବାର ହୋମି ଭାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭର୍ଚୁଆଲ ମୋଡ୍‌ରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ ଅବସରରେ ଏହି ହସ୍ପିଟାଲର ଭର୍ଚୁଆଲ ଉଦ୍‌ଘାଟନ କରିଛନ୍ତି।ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍‌। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିା ଏଠି କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ନିରାକରଣ ଦିଗରେ କାର୍ଯ୍ୟ ହେବ।୨୦୦ ଶହ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ମୋଟ ୬୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ। କେନ୍ଦ୍ର ଆଟୋମିକ୍ ଏନର୍ଜି ମୋଟ ବ୍ୟୟ ଅଟକଳର ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ବ୍ୟୟ କରିବ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ହସ୍ପିଟାଲ କରିବା ନିମନ୍ତେ ୪୨ ଏକର ଜମି ଓ ଆବଶ୍ୟକ ଅନ୍ୟ ସହାୟତା କରାଯାଉଛି।

Leave A Reply

Your email address will not be published.