Jai Odisha
News

ଜନ୍ମଦିନ ଭୋଜିରୁ ଫେରୁଥିବା ବେଳେ ଦୁର୍ଘଟଣା,୪ ମୃତ

ଫୁଲବାଣୀ,୧୩/୦୨: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲାହାବାଡ଼ି ନିକଟରେ ଆଜି ମଧ୍ୟରାତ୍ରିରେ ଦୁର୍ଘଟଣା ଘଟି ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଏକ ଜନ୍ମଦିନ ଭୋଜିରେ ଯୋଗଦେଇ କାରରେ ଫେରୁଥିବା ବେଳେ ତାହା ଖରାପ ହୋଇଯିବାରୁ ରାସ୍ତା ଉପରେ ଅଟକି ଯାଇଥିଲା। ସେହି ସମୟରେ ଏକ ଦ୍ରୁତଗାମୀ ଟ୍ରକ ସେହି କାରକୁ ପଛପଟୁ ଧକ୍କା ଦେଇଥିଲା। ଆହତମାନଙ୍କୁ ୧୦୮ ଯୋଗେ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି।

Leave A Reply

Your email address will not be published.