Jai Odisha
News

ଜନ୍ମବେଦିରେ ଚତୁର୍ଦ୍ଧା ବିଗ୍ରହ,ଆଜିଠୁ ମିଳିବ ଆଡପ ଅବଢ଼ା

ପୁରୀ,୨୩ା୬:ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧା ବିଗ୍ରହ ବଡ଼ଦାଣ୍ଡରେ ଦୁଇଦିନର ଲୀଳାଖେଳ ସାରି ଆଜି ଜନ୍ମବେଦି(ଆଡ଼ପମଣ୍ଡପ)କୁ ବିଜେ କରିଛନ୍ତି।| ପୁରୀର ଶରଧାବାଲିଠାରେ ଥିବା ତିନିରଥ ଉପରୁ ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ଗତକାଲି ବିଳମ୍ବିତ ରାତି ସୁଦ୍ଧା ଗୁଣ୍ଡିଚା ଘର ପରିସରରେ ଥିବା ଆଡପମଣ୍ଡପ ଉପରେ ବିଜେ କରାଯାଇଛି । ଆଜିଠାରୁ ଶ୍ରୀମନ୍ଦିର ଭଳି ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କର ଦୈନନ୍ଦିନ ନୀତି ଅନୁଷ୍ଠିତ ହେବ । ଆଜି ପୂର୍ବାହ୍ନରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ଆଦି କେତେକ ନୀତି ସମ୍ପନ୍ନ ହୋଇଛି ।ପୂର୍ବାହ୍ନ ସାଢେ ୭ଟା ଠାରୁ ସାଢେ ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଭକ୍ତଙ୍କ ଲାଗି ଗୁଣ୍ଡିଚା ମନ୍ଦିରରେ ସାହାଣମେଳା ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଜି ଗୁଣ୍ଡିଚା ଘରେ ଶ୍ରୀଜୀଉଙ୍କୁ ଅନ୍ନଭୋଗ କରାଯିବ । ଆସନ୍ତା ୨୮ ତାରିଖରେ ବାହୁଡା ଓ ୨୯ରେ ସୁନାବେଶ ପରେ ଜୁଲାଇ ପହିଲାରେ ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ତେବେ ଶ୍ରୀମନ୍ଦିର ଛାଡି ଜନ୍ମବେଦୀକୁ ବାହୁଡିଛନ୍ତି ତିନି ଠାକୁର । ଦଇତା ପତି ସେବକମାନେ ତିନି ରଥରୁ ଶ୍ରୀଜିଉମାନଙ୍କୁ ରଥରୁ ପହଣ୍ଡି କରି ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରାଇଛନ୍ତି। ଗୁରୁବାର ରିତିନିତି ଅନୁସାରେ,ସଂନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି ବନ୍ଦାପନା ଅନୁଷ୍ଠିତ ହୋଇ ଆରମ୍ଭ ହୋଇଥିଲା ପହଣ୍ଡି ନୀତି

Leave A Reply

Your email address will not be published.