Jai Odisha
News

ଜନ୍ମମାଟିରେ ପାଦଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର,୪।୫ :  ଆଜି ୩ ଦିନିଆ ମୟୁଭରଞ୍ଜ ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟିକୁ ଫେରିଛନ୍ତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ସ୍ୱାଗତ ଜଣାଇଛନ୍ତି ।  ବାଦାମପାହାଡ଼ ନିକଟରେ ଥିବା ଅସ୍ଥାୟୀ ହେଲିପ୍ୟାଡରେ ରାଷ୍ଟ୍ରପତି ବିମାନରୁ ଅବତରଣ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ନିକଟରୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା ।  ଗୋଷାଣୀ ନୂଆଗାଁରେ ପହଞ୍ଚିବା ପରେ ନାବାର୍ଡ ଦ୍ୱାରା ତିଆରି ହେଉଥିବା ଏସ୍ଏଲ୍ଏସ୍ ଟ୍ରଷ୍ଟ ସ୍କୁଲ କମ୍ୟୁନିଟି ସେଣ୍ଟରର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ସ୍ଥିର ରହିଛି । ପରେ L and T ଦ୍ୱାରା ନିର୍ମାଣ ହେଉଥିବା ସ୍କିଲ ହବର ଉଦଘାଟନ କରିବେ । ଏହାସହ ସ୍କୁଲ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ଭାବ ବିନିମୟ କରିବାର ରହିଛି କାର୍ଯ୍ୟକ୍ରମ । ୧୨ଟା ୩୦ ରେ ପାହାଡପୁରରୁ ବାହାରି ୧୨.୪୫ରେ ବ୍ରହ୍ମକୁମାରୀ କେନ୍ଦ୍ରରେ ପହଞ୍ଚିବା ପରେ ନିଶାମୁକ୍ତି ଓଡିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ । ଅପରାହ୍ନରେ ୧୦୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଉଚ୍ଚତାରେ ଉଡୁଥିବା ଜାତୀୟ ପତାକାର ଉଦଘାଟନ କରିବେ । ରାଇରଙ୍ଗପୁର ମ୍ୟୁନିସିପାଲିଟି ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । PWD ଇନ୍ସପେକ୍ସନ ବଙ୍ଗଳାରେ ରାତ୍ରିଯାପନ କରିବେ । ଆଉ ରାଷ୍ଟ୍ରପତିଙ୍କ ଆଗମନ ପାଇଁ ତୟାର ପୂରା ରାଇରଙ୍ଗପୁର । ୫ ତାରିଖରେ ପୈତୃକ ଗାଁ ଯିବା ପରେ ଶିମିଳିମାଳ ବୁଲିବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଶିମିଳିପାଳ ଗସ୍ତ ଯୋଗୁଁ ପର୍ଯ୍ୟଟକଙ୍କ ନିମନ୍ତେ ୪ ଓ ୫ ତାରିଖ ଶିମିଳିପାଳ ବନ୍ଦ ରଖାଯାଇଛି । ୬ ତାରିଖରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଛି । ଗସ୍ତ ପୂର୍ବରୁ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟ ତଦାରଖ କରିବା ସହ ଭାରତୀୟ ବାୟୁସେନାର କିଛି କର୍ମଚାରୀ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛନ୍ତି । ଜିଲ୍ଲାସାରା ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପୋଲିସ କର୍ମଚାରୀଙ୍କ ସମେତ, ୫୦ରୁ ଉର୍ଦ୍ଧ୍ୱ ପ୍ଲାଟୁନ ରିଜର୍ଭ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.