Jai Odisha
News

ଜନ ଆରୋଗ୍ୟ ସମିତିର ପ୍ରଥମ ବୈଠକ

ବ୍ରହ୍ମପୁର-୧୦/୧୧ :ବ୍ରହ୍ମପୁର ମହାନଗର ଆଗା ସାହି ସହରାଞ୍ଚଳର ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରଗ୍ୟ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏ ଡ଼ି ୟୁ ପି ଏଚ ଓ ଡାକ୍ତର ମନୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସି ଏଚ ଓ ଡାକ୍ତର ମାନସ ରଞ୍ଜନ ପଣ୍ଡା,ସ୍ଵାସ୍ଥ୍ୟ କେନ୍ଦ୍ର ପରିଚାଳକ ଡାକ୍ତର ନଳିନୀ କାନ୍ଥ ପାଢୀ,ପୁର୍ବତନ କୋରପରେଟର ଏନ ତଟେଶ୍ଵ ରୀ,ସମାଜସେବୀ ଅନିଲ କୁମାର ଚୌଧୁରୀଙ୍କ ସମେତ ଏନ ୟୁ ଏଚ ଏମ ର ଟୀମ,ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ, ସମେତ ଜନ ଆରଗ୍ୟ ସମିତିର ସଦସ୍ୟ ଉପସ୍ତିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ।ମାନ୍ୟବର ପ୍ରଧାନମନ୍ତ୍ରୀ , ଓଡ଼ିଶା ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁସବୁ ପଦକ୍ଷେପ ଗ୍ରହଣ କରି ସମସ୍ତ ନାଗରିକ ଯେପରି କି କେହି ମଧ୍ୟ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନହେବେ ଓ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରସଂଶା କରାଯାଇଥିଲା।ଡାକ୍ତର ମନୋଜ ପଣ୍ଡା ଆଗା ସାହି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀମାନଙ୍କ ଉତ୍ତମ ବ୍ୟବହାର ଓ ଉନ୍ନତମାନର ଚିକିତ୍ସା ସୁବିଧା ଦେବା ଫଳରେ ଶହ ଶହ ରୋଗୀ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବାରୁ ପ୍ରଶଂସା କରି ଆଗାମୀ ଦିନରେ କୁକୁର କାମୁଡା ଇଞ୍ଜେକସନ ଓ ଜେଣ୍ଡିସ (କାମଳ)ରୋଗର ପରୀକ୍ଷାର ବ୍ୟବସ୍ଥା କାରିବା ପାଇଁ ପଦେକ୍ଷପ ନେବାକୁ ପରାମର୍ଶ ଦେଇଥିଲେ।ଯାହାରି ଫଳରେ ଜନ ସାଧାରଣ କୁକୁର କାମୁଡା ଇଞ୍ଜେକସନ ପାଇଁ ଵଡ଼ ମେଡ଼ିକାଲ ଉପରେ ନିର୍ଭର କରି ଦିନ ତମାମ ଅପେକ୍ଷା କରିବାକୁ ପଡୁଥିଲା ସେଥିରୁ ବଞ୍ଚିତ ହେବେ। ଡ଼ାକ୍ତର ପାଢୀ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Leave A Reply

Your email address will not be published.