Jai Odisha
News

ଜମ୍ମୁରେ ଖାଇକୁ ଖସିଲା ବୈଷ୍ଣୋଦେବୀ ଯାଉଥିବା ବସ, ୧୦ମୃତ

ଜମ୍ମୁ,୩୦।୫: ଜମ୍ମୁରେ  ଦୁର୍ଘଟଣା  ।  ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍ ହଠାତ୍ ଏକ ବିରାଟ ଖାଲ ମଧ୍ୟକୁ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ   ୧୦ ଜଣଙ୍କର ଜୀବନ ଚାଲିଯାଇଛି ।    ।ଏହି ଘଟଣା ଝଜ୍ଜର କୋଟଲି ଅଞ୍ଚଳରେ ଘଟିଛି। ଏକ ଯାତ୍ରୀବାହି ବସ ଅମୃତସରରୁ କଟରା ଯାଇଥିବା ବେଳେ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡିବାକୁ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ପରେ ଘଟଣାସ୍ଥଳରୁ ଚିତ୍କାର ଓ କାନ୍ଦିବାର ସ୍ବର ଶୁଭିଥିଲା। ସ୍ଥାନୀୟ ଲୋକଙ୍କ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା ଏବଂ ସମସ୍ତ ଆହତଙ୍କୁ ଏକ ଘରୋଇ ହସ୍ପିଟାଲକୁ ପଠାଯାଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ  ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ବସରେ ପ୍ରାୟ ୭୦-୭୫ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ କେତେକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏଥିସହ କେତେକଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜାମ୍ମୁ ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଝାଜ୍ଜର କୋଟଲି ଅଞ୍ଚଳରେ ଏହି ବସ ଦୁର୍ଘଟଣା ଘଟିଛି। ବସରେ ବୈଷ୍ଣୋ ଦେବୀଙ୍କ ଯାତ୍ରୀମାନେ ମଧ୍ୟ ଥିଲେ। ମଙ୍ଗଳବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା, ପରେ ନିକଟସ୍ଥ ଅଞ୍ଚଳର ଲୋକ ଏବଂ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.