Jai Odisha
News

ଜମ୍ମୁ ଓ କଶ୍ମୀରରେ ଘାଟିରୁ ଖସିଲା ସେନା ଗାଡ଼ି , ୩ ଯବାନ ସହିଦ

ଶ୍ରୀନଗର,୧୧।୧: ଜାମ୍ମୁ-କାଶ୍ମୀରରେ ଆଜି ପୁଣି ଏକ ଅଘଟଣ ଦେଖିବାକୁ ମିଳିଛି । ଦୁର୍ଘଟଣା ଯୋଗୁଁ ୩ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଜମ୍ମୁ ଓ କଶ୍ମୀରର କୁପ୍‌ୱାରାରେ ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ଗଭୀର ଖାଇ ବା ଗଣ୍ଡରେ ପଡ଼ିଯାଇ ଜଣେ ସେନା ଅଧିକାରୀଙ୍କ ସମେତ ୩ଜଣ ଯବାନ ସହିଦ ହୋଇଯାଇଛନ୍ତି। ପ୍ରବଳ ଥଣ୍ଡା ସହିତ ବରଫ ବର୍ଷା ଯୋଗୁଁ ପେଟ୍ରୋଲିଂ କରିବାରେ ଅସୁବିଧା ପରିଲକ୍ଷିତ ହେଉଛି । ସୂଚନା ଅନୁଯାୟୀ, କୁପୱାଡ଼ା ଜିଲ୍ଲା ମଚ୍ଛଲ ସେକ୍ଟରରେ ସୁରକ୍ଷାବଳ ପେଟ୍ରୋଲିଂ କରିବା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଫଳରେ ଏଥିରେ ବସିଥିବା ୩ଯବାନଙ୍କ ମୃତ୍ୟୁ ଘଟିଛି । ଫରୱାର୍ଡ଼ ଏରିଆରେ ବରଫ ବର୍ଷା ଯୋଗୁଁ ସେନା ଗାଡ଼ି ସ୍ଲିପ କରି ଘାଟିରୁ ଧସିଯାଇଛି । ତେବେ ସହିଦ ଯବାନଙ୍କ ମଧ୍ୟରେ ଜଣେ ଜେସିଓ, ଦୁଇଜଣ ଓଆରର ଯବାନ ଅନ୍ତର୍ଭୁକ୍ତ ରହିଛନ୍ତି । ନିୟମିତ ଅପରେସନ୍ ପାଇଁ ଯାଉଥିବା ବେଳେ ଏପରି ଦୁର୍ଘଟଣା ଘଟିଛି ।ସେନା ଜାରି କରିଥିବା ସୂଚନା ଅନୁସାରେ, ଜଣେ ‘ଜୁନିୟର୍‌ କମାଣ୍ଡାଣ୍ଟ୍‌ ଅଫିସର୍‌’ (ଜେସିଓ) ଏବଂ ୨ଜଣ ଯବାନ କୁପ୍‌ୱାରାର ମଚ୍ଛଲ୍‌ ସେକ୍ଟର୍‌ରେ ଦୈନନ୍ଦିନ ପାଟ୍ରୋଲିଙ୍ଗ୍‌ ଅଭିଯାନ କରୁଥିବା ବେଳେ ସେମାନଙ୍କ ଗାଡ଼ି ତୁଷାରାବୃତ ରାସ୍ତାରୁ ଖସିଯିବାରୁ ସେମାନେ ଖାଇ ଭିତରେ ପଡ଼ିଯାଇଥିଲେ। ସହିଦ ଯବାନମାନଙ୍କର ଶବ ଉଦ୍ଧାର କରାଯାଇଛି।

 

Leave A Reply

Your email address will not be published.