Jai Odisha
News

ଜମ୍ମୁ କଶ୍ମୀରରେ ଏନ୍‌କାଉଣ୍ଟର, ୨ ଜଣ ଆତଙ୍କବାଦୀ ନିହତ

ଶ୍ରୀନଗର,୧୧/୦୮:ଜମ୍ମୁ କଶ୍ମୀର ରାଜୌରୀର ପରଗଲରେ ଏନ୍‌କାଉଣ୍ଟର, ୨ ଜଣ ଆତଙ୍କବାଦୀ ନିହତ |ଜମ୍ମୁ କଶ୍ମୀର ରଜୌରୀ ଠାରେ ଆଜି ସେନା ବାହିନୀ ଆଉ ଆତଙ୍କ ବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହା ସହିତ ୩ ଜଣ ଯବାନ ମଧ୍ୟ ସହିଦ୍ ହୋଇଛନ୍ତି । ଏହି ଗୁଳିବିନିମୟ ସୁରକ୍ଷାକର୍ମୀ ଆଉ ଆତଙ୍କବାଦୀଙ୍କ ମଧ୍ୟ ରେ ହୋଇଥିଲା । ଆତଙ୍କବାଦୀ ସହିତ ମୁହାଁ ମୁହିଁ ହେବା ବେଳେ ୩ଜଣ ଯବାନ ସହିଦ୍ ହୋଇଛନ୍ତି ।ଦୁଇ ଆତଙ୍କବାଦୀ ଦାରହଲ ପୋଲିସ ଷ୍ଟେସନ ଠାରୁ ୬ କିମି ଦୁରରେ ଅବସ୍ଥିତ ପାରଗାଲରେ ସେନା ଶିବିରର ବାଡ ପାର ହେଉଥିବାର ନଜର ଆସିଥିଲେ ।  ରାଜୌରୀର ପରଗଲ ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷା ବାହିନୀର ଯବାନମାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ସେନାର ଯବାନ ଓ ଜମ୍ମୁ କଶ୍ମୀର ପୁଲିସର ଯବାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ । ତେତେବ ସୁରକ୍ଷା ବାହିନୀର ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ବିଚଳିତ ହୋଇପଡ଼ିଥିଲେ । ସେମାନେ ପ୍ରଥମେ ଗୁଳି କରିଥିଲେ । କିନ୍ତୁ ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରୁ ବନ୍ଧୁକ, ଗୁଳି ଓ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି ।

Leave A Reply

Your email address will not be published.