Jai Odisha
News

ଜମ୍ମୁ କଶ୍ମୀରରେ ୨ ଥର ଭୂମିକମ୍ପର ଝଟକା

ନୂଆଦିଲ୍ଲୀ, ୨୫|୦୮: ଜମ୍ମୁ କଶ୍ମୀରରେ ବୁଧବାର ବିଳମ୍ବିତ ରାତିରେ ଗୋଟିଏ ପରେ ଗୋଟିଏ ଲଗାତାର ଭୂମିକମ୍ପ ଅନୁଭୂତ ହୋଇଛି । ଜମ୍ମୁ କଶ୍ମୀରର ଡୋଡା ଏବଂ କିସ୍ତଓ୍ୱାଡା ଏଥିରେ ପ୍ରଭାବିତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଥିଲା । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ସୂଚନା ଅନୁସାରେ, ବୁଧବାର  ବିଳମ୍ବିତ ରାତିରେ ହଠାତ ଭୂମିକମ୍ପ ହୋଇଥିଲା ।  ଲୋକେ ଗଭୀର ନିଦ୍ରାରେ ଶୋଇଥିଲେ । ଅଚାନକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏକ ଘଣ୍ଟା ମଧ୍ୟରେ ୨ ଥର ଭୂମିକମ୍ପ ହୋଇଥିଲା । ପ୍ରଥମ ଥର ୧୧ଟା ୪ ମିନିଟରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ୩.୨ ଥିଲା । କିନ୍ତୁ ଅଳ୍ପ ସମୟ ପରେ ପୁଣି ଥରେ ଭୂମିକମ୍ପ ହୋଇଥିଲା । ଦ୍ୱିତୀୟ ଥରର ଭୂମିକମ୍ପର ରାତି ୧୧ଟା ୫୨ ମିନିଟରେ ହୋଇଥିଲା, ଯାହାର ତୀବ୍ରତା ୪.୧ ଥିଲା ।

 

 

Leave A Reply

Your email address will not be published.