Jai Odisha
News

ଜମ୍ମୁ-କଶ୍ମୀରର ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୮।୧: ଜମ୍ମୁ-କଶ୍ମୀରର ମେହେନ୍ଦରର ବାଲାକୋଟ ସେକ୍ଟରରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଢାଙ୍ଗ୍‌ରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବା ନିମନ୍ତେ ଜମ୍ମୁ ଓ କଶ୍ମୀରର ମେଣ୍ଢର୍‌ ତହସିଲ୍‌ ଅନ୍ତର୍ଗତ ବାଲାକୋଟ୍‌ରେ ଭାରତୀୟ ସେନା ଚଢ଼ଉ କରିବା ବେଳେ   ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।ସେନା ପକ୍ଷରୁ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ନିହତ ଆତଙ୍କବାଦୀମାନେ ଧନଗରୀ ଗ୍ରାମରେ ଘଟିଥିବା ଦୁଇଟି ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଥିଲେ। ସେମାନଙ୍କ ଆକ୍ରମଣରେ ଦୁଇ ଦିନ ମଧ୍ୟରେ ଶିଶୁ ସମେତ ୭ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କୁ ଧରିବା ଲାଗି ଭାରତୀୟ ସେନା ପକ୍ଷରୁ ଅଭିଯାନକୁ ଜୋରଦାର କରାଯାଇଥିଲା। ଏହି କ୍ରମରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।ଏହି ଆତଙ୍କବାଦୀ ଗୁଳିକାଣ୍ଡରେ ଆହତ ହୋଇ ଜମ୍ମୁସ୍ଥି ‘ଜିଏମ୍‌ସି’ରେ ଚିକିତ୍ସାଧୀନ ଥିବା ପ୍ରିନ୍‌ସ୍‌ ନାମରେ ଜଣଙ୍କର ଆଜି ମୃତ୍ୟୁ ଘଟିବାରୁ ସମୁଦାୟ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି। ପ୍ରିନ୍‌ସ୍‌ ହେଉଛନ୍ତି, ଜାନୁଆରି ୧ ତାରିଖ ଦିନ ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ଦୀପକ କୁମାରଙ୍କ ଭାଇ।ଆତଙ୍କବାଦୀ ନିରୋଧୀ ଅଭିଯାନ ତ୍ବରାନ୍ବିତ କରିବା ଲାଗି ସମ୍ପ୍ରତି ରାଜୌରୀ ଏବଂ ପୁଞ୍ଚ୍‌ରେ ଅନ୍ୟୂନ ୧୮ କମ୍ପାନି ‘ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ’ ମୁତୟନ କରାଯାଇଛି। ଏଥିପାଇଁ ଭାରତର ଗୃହ ବ୍ୟାପାର ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିଲା।ଢାଙ୍ଗ୍‌ରୀ ଆକ୍ରମଣକାରୀଙ୍କ ସମ୍ବନ୍ଧରେ ସୂଚନା ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ଜମ୍ମୁ ଓ କଶ୍ମୀର ପୁଲିସ ଘୋଷଣା କରିଛି।

Leave A Reply

Your email address will not be published.