Jai Odisha
News

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର : ଜୈଶ କମାଣ୍ଡର ସମେତ ୫ ଆତଙ୍କୀ ନିପାତ

ଶ୍ରୀନଗର,୩୦/୦୧: ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର  ,ଜୈଶ କମାଣ୍ଡର ସମେତ ୫ ଆତଙ୍କୀ ନିପାତ । ୧୨ ଘଣ୍ଟାରେ ୫ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଜମ୍ମୁ-କାଶ୍ମୀରର ସୁରକ୍ଷାକର୍ମୀ ୧୨ ଘଣ୍ଟାରେ ୫ ଲଶ୍କର-ଏ-ତୋଏବା ଓ ଜୈଶ-ଏ-ମହମ୍ମଦର ୫ ସଦସ୍ୟଙ୍କୁ ନିପାତ କରିଛନ୍ତି । ଏହି ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ-ଏ-ମହମ୍ମଦର କମାଣ୍ଡର ଜାହିଦ ଓ୍ୱାନି ଓ ଆଉ ଏକ ପାକିସ୍ତାନୀ ଆତଙ୍କବାଦୀ ରହିଛି । ଜମ୍ମୁ-କାଶ୍ମୀର ଡିଜିପିଙ୍କ କହିବାନୁସାରେ, ଶନିବାର ବଡଗାମ୍ ଜିଲ୍ଲାର ଚରାରେଶ୍ରୀଫ୍ ଓ ପୁଲଓ୍ୱାମା ଜିଲ୍ଲାର ନାଏରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ବଡଗାମରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ପରେ ଆଉ ଜଣେ ଆତଙ୍କବାଦୀ ଟଳିଥିଲା । ସେ ଆହୁରି କହିଛନ୍ତି ଯେ, ଆତଙ୍କବାଦୀମାନେ ଏକ ବଡ ଷଡଯନ୍ତ୍ର ରଚୁଥିଲେ । କିନ୍ତୁ ସୂଚନା ପାଇଁ ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଏହାପରେ ସୁରକ୍ଷା ବାହିନୀର ମିଳିତ ଟିମ୍ କୁମ୍ଵିଂ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାବାହିନୀ ଏହାର ପ୍ରତିଜବାବ ଦେଇଥିଲା। ଦୀର୍ଘ ୧୨ ଘଣ୍ଟା ଧରି ଏହି ଏନକାଉଣ୍ଟର ଚାଲିଥିଲା। ତେବେ ଏହି ଏନକାଉଣ୍ଟରରେ ଲଶ୍କର-ଏ-ତଏବା ଏବଂ ଜୈଶ-ଏ-ମହମ୍ମଦର ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ-ଏ-ମହମ୍ମଦର କମାଣ୍ଡର ଜାହିଦ ବାନୀ ରହିଛି। ଜାହିଦ ବାନୀ ଲେଟାପୁରା ଘଟଣାରେ ସାମିଲ ଥିଲା। ଯବାନଙ୍କୁ ଦେଖି ଭୟରେ ଆତଙ୍କବାଦୀମାନେ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଯବାନମାନେ ପାଲଟା ଆକ୍ରମଣ କରିଥିଲେ । ଅପରେସନରେ ସ୍ଥାନୀୟ ପୋଲିସ, ସେନା ଓ ସିଆରପିଏଫ ଯବାନ ସାମିଲ ଥିଲେ ।

 

Leave A Reply

Your email address will not be published.