Jai Odisha
News

ଜଳସାଥୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୦୨/୧୧:   ଆଜି ମୁଖ୍ୟମନ୍ତ୍ରୀ ଲୋକସେବା ଭବନର କନଭେନ ସେଣ୍ଟରରେ ଜଳସାଥୀମାନଙ୍କ ପାଇଁ ଆୟୋଜିତ ହୋଇଥିବା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଜଳସାଥୀଙ୍କ ଯାତାୟତ ପାଇଁ ସେମାନଙ୍କୁ ସାଇକେଲ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ । ଜଳସାଥୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଜଳସାଥୀମାନଙ୍କ ଯାତାୟତ ସୁବିଧା ପାଇଁ ସାଇକେଲ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଜଳସାଥୀମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି। ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ଏବଂ ତୃତୀୟ ଲିଙ୍ଗର ଭଉଣୀମାନଙ୍କୁ ଦାୟିତ୍ଵ ଦିଆଯାଇଛି। ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି। ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରୀ ରାଜ୍ୟ ସରକାରଙ୍କ ସହରାଞ୍ଚଳ ପରିଚାଳନା ମଡେଲର ଦୁଇ ଆଖି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଳସାଥୀମାନେ ଏହି ଉଭୟ ଆଖିକୁ ପ୍ରତିନିଧିତ୍ଵ କରୁଛନ୍ତି।  ୫ଟି-ଉପକ୍ରମ ମାଧ୍ୟମରେ ୩ ବର୍ଷ ଆରମ୍ଭ ହୋଇଥିବା ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରୀ କାର୍ଯ୍ୟକ୍ରମକୁ ଜଳସାଥୀମାନେ ଆଜି ସାରା ଓଡ଼ିଶାରେ ସଫଳତାର ସହ ପରିଚାଳନା କରୁଛନ୍ତି । ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନର ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଇ ଦିଆଯାଉଛି । ମିଶନ ଶକ୍ତିର ବିଭିନ୍ନ ଗୋଷ୍ଠୀ ଓ ଜଳସାଥୀଙ୍କ ଭାଗିଦାରିତାକୁ ନେଇ ରାଜ୍ୟ ସରକାର ଗର୍ବିତ । ଏହା ଆଗାମୀ ଦିନରେ ସଶକ୍ତ ଓଡ଼ିଶା ଗଠନ ଦିଗରେ ସହାୟକ ହେବ ବୋଲି ସିଏମ୍ କହିଥିଲେ ।

Leave A Reply

Your email address will not be published.