Jai Odisha
News

ଜଳ ପ୍ରବାହ କମିବା ପରେ ଘାଇ ଗୁଡ଼ିକର ହେବ ମରାମତି:ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର

ଭୁବନେଶ୍ବର ୧୭।୮: ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ତଳିଆ ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ସେ କହିଛନ୍ତି, ଜଳସ୍ତର କମିଛି । ହୀରାକୁଦକୁ ଜଳ ପ୍ରବାହ କମିଛି । ହୀରାକୁଦରୁ ଛଡା ଯାଇଥିବା ପାଣି ଖଇରମାଳିରେ ପହଞ୍ଚିଛି । ଏହା ଗୁରୁବାର ସକାଳେ ମୁଣ୍ଡଳୀରେ ପହଞ୍ଚିବ । ଦିନ ୯ଟା ସୁଦ୍ଧା ମୁଣ୍ଡୁଳିରେ ୧୧.୭୭ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି ବୋଲି ସୂଚନା ଦେବା ସହ ଖଇରମାଳରେ ୯.୮୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି ବୋଲି ସେ କହିଛନ୍ତି । ଏଥି ସହିତ ଆସନ୍ତାକାଲି ସକାଳ ସୁଦ୍ଧା ମୁଣ୍ଡୁଳିରେ ୧୦ ଲକ୍ଷ କ୍ୟୁସେକ୍‌ ଜଳ ଅତିକ୍ରମ କରିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତାହା ସହ ହୀରାକୁଦରେ ଆଉ ଗେଟ୍‌ ଖୋଲିବ କି ନାହିଁ ସେନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଜୟ ମିଶ୍ର ।ସେ କହିଛନ୍ତି କି, ବର୍ତ୍ତମାନ ହୀରାକୁଦ ଗେଟ୍‌ ଖୋଲିବା ଓ ବନ୍ଦ କରିବା ନିଷ୍ପତ୍ତି ନିଆଯାଇନାହିଁ । ସ୍ଥିତି ଦେଖିବା ପ​‌ରେ ହୀରାକୁଦ ଗେଟ୍‌ ଖୋଲିବ କି ନାହିଁ ତାହା ନିଷ୍ପତ୍ତି ନିଆଯିବ । ଆଉ ୨୪ ଘଣ୍ଟା ପାଇଁ ବନ୍ୟାର ସ୍ଥିତି ଏହିପରି ରହିବ ।   ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ଟି ନଦୀ ବନ୍ଧରେ ହୋଇଥିବା ଘଳିଆ ବନ୍ଦ କରିପାରିଛୁ । ଆଉ ୫ଟି ସ୍ଥାନରେ ଘାଇ ହୋଇଛି । ବଡ଼ମ୍ବା-ନରସିଂହପୁର ନିକଟ ମହାନଦୀ, ଲୁଣା ନଦୀ ଓ ମକରା ନଦୀରେ ଘାଇ ହୋଇଥିବା ବେଳେ କାଣି ଓ ରାଜୁଆ ଘାଇ ହୋଇଛି । ଏଥି ସହିତ ଆଜି  ପୁରୀ ଜିଲ୍ଲାରେ ବନ୍ୟା ପ୍ରକୋପ ଦେଖିବାକୁ ମିଳିଛି। ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକର ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ଅଛି। କଣାସର ମକରା ଓ ରାଜୁଆ ନଦୀର ୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।ରାଜୁଆ ନଦୀରେ ଗଡ଼ସାନପୁଟର ଲୋକାପାଳ ଓ ହଳଦୀଆପଡ଼ାରେ ଯେଉଁ ଘାଇ ହୋଇଥିଲା, ତାହା ୧୦୦ ମିଟର ଚଉଡା ହେଲାଣି।ଶଭଦ୍ରା ନଦୀରେ ମଧ୍ୟ ଘାଇ ସୃଷ୍ଟି ହୋଇଛି । ଜଳ ପ୍ରବାହ କମିବା ପରେ ଘାଇ ଗୁଡ଼ିକର ମରାମତି କାମ କରାଯିବ ବୋଲି ଇଆଇସି ବିଜୟ ମିଶ୍ର କହିଛନ୍ତି ।ନ୍ୟା ପାଇଁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି।

 

Leave A Reply

Your email address will not be published.