Jai Odisha
News

ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟତା

ନ୍ୟୁୟର୍କ,୧୯।୧୧: ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟତା |ଜାତିସଂଘର ସୁରକ୍ଷା ପରିଷଦ(ୟୁଏନଏସସି)ରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ଇଂଲଣ୍ଡ ପରେ ଫ୍ରାନ୍ସର ସମର୍ଥନ ମିଳିଛି। ଏହି ଦେଶ ଭାରତ ସହିତ ଜର୍ମାନୀ, ଜାପାନ ଓ ବ୍ରାଜିଲକୁ ନେଇ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ସୁରକ୍ଷା ପରିଷଦରେ ସୁଧାର ଉପରେ ୟୁଏନ୍‌ଏସ୍‌ସିର ବାର୍ଷିଆ ଆଲୋଚନାକୁ ସମ୍ବୋଧିତ କରି ଶୁକ୍ରବାର ଫ୍ରାନ୍ସର ଉପ ପ୍ରତିନିଧି ନଥାଲି ବ୍ରଡହର୍ଷ୍ଟ ଏଷ୍ଟିଭଲ କହିଛନ୍ତି, ଫ୍ରାନ୍ସର ସ୍ଥାୟୀ ସଦସ୍ୟ ରୂପରେ ଜର୍ମାନୀ, ବ୍ରାଜିଲ, ଭାରତ ଓ ଜାପାନର ସଦସ୍ୟତାକୁ ସମର୍ଥନ କରୁଛି।’ ସେ କହିଛନ୍ତି, ଆମେ ପରିଷଦର ସ୍ଥାୟୀ ସଦସ୍ୟ ସହିତ ଆଫ୍ରିକୀୟ ଦେଶଠାରୁ ମଧ୍ୟ ଅଧିକ ପ୍ରତିନିଧିତ୍ବ କରିବାକୁ ଚାହୁଁଛୁ, କାରଣ ଭୌଗାଳିକ ପ୍ରତିନିଧିତ୍ବ ସୁନିଶ୍ଚିତ କରିବା ପାଇଁ ବହୁ ସିଟ୍‌ରେ ବିତରଣ କରାଯିବା ଦରକାର।’ ଏଷ୍ଟିଭଲ କହିଛନ୍ତି, ଭିଟୋର ପ୍ରସଙ୍ଗ ଅତ୍ୟାଧିକ ସମ୍ବେଦନଶୀଳ ରହିଛି। ଏହା ପୂର୍ବରୁ ୟୁକେ ମଧ୍ୟ ୟୁଏନ୍‌ଏସ୍‌ସିର ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ନିଜର ସମର୍ଥନ ଦେଇଥିଲା। ଜାତିସଂଘରେ ବ୍ରିଟେନର ରାଷ୍ଟ୍ରଦୂତ ବାରବରା ଉଡଓ୍ବାର୍ଡ କହିଛନ୍ତି, ଆମେ ଭାରତ, ଜର୍ମାନୀ, ଜାପାନ ଓ ବ୍ରାଜିଲର ନୂଆ ସ୍ଥାୟୀ ସିଟ୍‌ର ନିର୍ମାଣ ସହିତ ପରିଷଦରେ ସ୍ଥାୟୀ ଆଫ୍ରିକୀୟ ପ୍ରତିନିଧିଙ୍କ ସମର୍ଥନ କରୁଛୁ।’ ଉଡଓ୍ବାର୍ଡ କହିଛନ୍ତି, ୟୁକେ ସଦସ୍ୟତାର ଅସ୍ଥାୟୀ ଶ୍ରେଣୀର ବିସ୍ତାରକୁ ମଧ୍ୟ ସମର୍ଥନ କରିଥାଏ।

Leave A Reply

Your email address will not be published.