Jai Odisha
News

ଜାହାଜ ଏମ୍‌ଭି ଦେବୀକୁ ଗିରଫ କରିବାକୁ ହାଇକୋର୍ଟ ଦେଇଛନ୍ତି ଅନ୍ତରୀଣ ଆଦେଶ

କଟକ,୨୪/୦୨/୨୪: ପାରାଦୀପ ପିଆଇସିଟି ବର୍ଥରେ ଗତ ନଭେମ୍ବର ମାସରେ ବର୍ଥିଂ ହୋଇଥିବା ଜାହାଜ ଏମ୍‌ଭି ଦେବୀକୁ ଗିରଫ କରିବାକୁ ହାଇକୋର୍ଟ ଅନ୍ତରୀଣ ଆଦେଶ ଦେଇଛନ୍ତି। ମାମଲା ସରିବା ପର୍ଯ୍ୟନ୍ତ ଜାହାଜଟି ପାରାଦୀପରେ ଅଟକି ରହିବ। ନିଜର ବକେୟା ପ୍ରାପ୍ୟ ପ୍ରାୟ ୮ କୋଟି ଟଙ୍କା ଜାହାଜର ମାଲିକଙ୍କଠାରୁ ପାଇବାକୁ  ପାରାଦୀପ ଇଣ୍ଟର ନ୍ୟାସନାଲ ନାର୍ଗୋ ଟର୍ମିନାଲ ହାଇକୋର୍ଟ ଯାଇଥିଲା । ଗତ ନଭେମ୍ବର ୩୦ରୁ ଏଯାଏଁ ଜାହାଜଟିକୁ ଜବତ କରି କଷ୍ଟୋମ୍ ବିଭାଗ ପାରାଦୀପ ପୋର୍ଟ ଆଙ୍କରେଜରେ ରଖିଛି। ସେଥିରେ ୨୧ ଜଣ କ୍ରୁମେମ୍ବର ମଧ୍ୟ ଅଟକି ରହିଛନ୍ତି। ୧୦୦ କୋଟିର ବଣ୍ଡ ଏବଂ ୧୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ବଦଳରେ ଜାହାଜ ମୁକୁଳାଇ ନେବାକୁ କୁଜଙ୍ଗ ସ୍ବତନ୍ତ୍ର ଏନଡିପିଏସ୍ କୋର୍ଟ ଚଳିତ ମାସ ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.