Jai Odisha
News

ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ମିଶ୍ରଙ୍କ ଇସ୍ତଫା

ଭୁବନେଶ୍ୱର,୧ା୫ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି । ଉପନିର୍ବାଚନ ପାଇଁ ଆଉ ମାତ୍ର କେଇ ଦିନ ବାକି ଥିବାବେଳେ  ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦରୁ ଅଶୋକ କୁମାର ମିଶ୍ର ଇସ୍ତଫା ଦେଇଛନ୍ତି । ସେ ପିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଥିବା​‌ କହିଛନ୍ତି । ଦଳ ନେତୃତ୍ବଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଅଣନିଶ୍ବାସୀ ଲାଗିବାରୁ ପଦ ଛାଡିଥିବା କହିଛନ୍ତି । ଅନ୍ୟପକ୍ଷରେ ସେ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦ ବଜାୟ ରଖିଛନ୍ତି, ସେଥିରୁ ଇସ୍ତଫା ଦେଇ ନାହାନ୍ତି। ମୋଟାମୋଟି ଭାବେ ଦଳ ନେତୃତ୍ବଙ୍କ ପ୍ରତି ଅସନ୍ତୁଷ୍ଟ ହୋଇ ପଦ ଛାଡିଥିବା ଚର୍ଚ୍ଚା ହେଉଛି।   ନେତୃତ୍ୱଙ୍କ କାର୍ଯ୍ୟକଳାପ ନେଇ ଅସନ୍ତୋଷ ଝାଡ଼ିଛନ୍ତି ଅଶୋକ। ଅଣନିଶ୍ୱାସୀ ଲାଗିବାରୁ ସଭାପତି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି।

Leave A Reply

Your email address will not be published.