Jai Odisha
News

ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀଙ୍କ ଛତୁଆ କେନ୍ଦ୍ର ପରିଦର୍ଶନ

ନବରଙ୍ଗପୁର,୨୪ ।୧୨:ନବରଙ୍ଗପୁର ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ସ୍ୱର୍ଣଲତା ବିଶ୍ୱାସ ଆଜି ଡାବୁଗାଁ ବ୍ଲକ ଗସ୍ତରେ ଆସି ଦୁଇଟି ଛତୁଆ କେନ୍ଦ୍ର ପରିଦର୍ଶନ କରିଥିଲେ . ମା ମୁତ୍ୟାଲୁ ଓ ମା ମାଉସୀ ଛତୁଆ କେନ୍ଦ୍ର ଯାଇ ଛତୁଆ କିପରି ପ୍ରସ୍ତୁତ ହେଉଛି ଏବଂ ତାର ମାନ ଯାଞ୍ଚ୍ କରିଥିଲେ .ନୂତନ ଭାବରେ ତିରିକରୁ ଥିବା ଛତୁଆ କେନ୍ଦ୍ରରେ ଛତୁଆ ପ୍ରସ୍ତୁତି ନେଇ ସନ୍ତୁଷ୍ଟ ହୋଇଥିଲେ . ସୂଚନା ଥାଉ କି ଗତ ଦୁଇମାସ ତଳେ ଡାବୁଗାଁ ନୋଡାଲ ଅଧିକାରୀ ତଥା ଡେପୁଟି କଲେକ୍ଟର ମୌସୁମୀ ନାୟକ ଅଚାନକ ଡାବୁଗାଁ ଗସ୍ତରେ ଆସି ଡାବୁଗାଁ ବ୍ଲକ ପାଇଁ ଛତୁଆ ଯୋଗାଉ ଥିବା ମା ମୂତ୍ୟାଲୁ ଏସ ଏଚ ଜି ଗ୍ରୁପ୍ ରେ ନିମ୍ନ ମାନର ଛତୁଆ ଦିଆ ଯାଉଥିବା ଦେଖିବା ସହ ଓଜନରେ ମଧ୍ୟ କମ୍ ପରିମାଣର ଛତୁଆ ଦିଆ ଯାଉଥିବା ଦେଖିଥିଲେ । ଛତୁଆ କେନ୍ଦ୍ରର ପରିବେଶ ମଧ୍ୟ ଅପରି ସ୍କାର ଥିବା ଦେଖି ଅସନ୍ତୋଷ ବ୍ୟେକ୍ତ କରିଥିଲେ । ବାରମ୍ବାର ମା ମୁତ୍ୟାଲୁ ଏସ ଏଚ ଜି ନିମ୍ନ ମାନର ଛତୁଆ ଯୋଗାଉ ଥିବା ନେଇ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏହା ଛଡା ଛତୁଆ ପେକେଟ ରେ ଏସ ଏଚ ଜି ଗ୍ରୁପରୋ ଫୋନ ନମ୍ବର ପରିବର୍ତ୍ତେ କଣସି ଅଙ୍ଗନବାଡି କର୍ମୀଙ୍କ ନମ୍ବର ଥିବା ମଧ୍ୟ ଆଲଚନା ହେଉଛି। କାର୍ଯ୍ୟାନୁଷ୍ଠାନ ପୂର୍ବକ ଉକ୍ତ ମା ମୂତ୍ୟାଲୁ ଏସ ଏଚ ଜି କୁ ଡାବୁଗାଁ ବ୍ଲକ ର ମେଦନା ଓ ଡାବୁଗାଁ ସେକ୍ଟର ରେ ଛତୁଆ ଯୋଗାଣ ପାଇଁ ଅନୁମତି ଦେଇଥିବା ବେଳେ ତାଙ୍କ ଠାରୁ ପ୍ରତ୍ୟାହାର କରି ମା ମାଉସୀ ଏସ ଏଚ ଜି ଗ୍ରୁପ୍ କୁ ନୂତନ ଭାବେ ବ୍ଲକ ର ବୋରିଗାଁ, ବଡ଼ ଓଲମା ଓ ଘୋଡାଖୁଣ୍ଟା ସେକ୍ଟର ପାଇଁ ଛତୁଆ ବିତରଣ ପାଇଁ ଅନୁମତି ପ୍ରଦାନ କରାଯାଇଛି । ତେବେ ନୂତନ ଭାବେ ଆରମ୍ଭ କରିଥିବା ମା ମାଉସୀ ଏସ ଏଚ ଜି ପାଇଁ ଆସିଥିବା ପ୍ରାୟ ୧୪୦ କ୍ୟୁଣ୍ଟାଲ ଗହମ କୁ ମା ମୁତ୍ୟାଲୁ ଏସ ଏଚ ଜି ରଖି ଦେଇଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲେ ସୁଦ୍ଧା ପରବର୍ତ୍ତି ସମୟରେ ବିଭାଗ ପକ୍ଷରୁ ଉମରକୋଟରୁ ଗହମ ଅଣାଯାଇ ମା ମାଉସୀ ଏସ ଏଚ ଜି କୁ ଯୋଗାଇଥିଲେ ।ଏକ ମାସରୁ ଉର୍ଦ୍ଧ ହେଲା ଡାବୁଗାଁ ବ୍ଲକ ର ଅଙ୍ଗନୱାଡ଼ି ମାନେ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ ବନ୍ଦ ରହିଛି . ତେଣୁ ଛୋଟ ଶିଶୁ,କିଶୋରୀ, ଗର୍ଭବତୀ ମହିଳା ଓ ପ୍ରସୂତି ମାନଙ୍କୁ ଛତୁଆ ଓ ଗରମ ଖାଦ୍ୟ ଯୋଗାଣ ନିମନ୍ତେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ସମୂର୍ଣ୍ଣ ବନ୍ଦ ରହିଛି . ମମତା ଦିବସ ରେ ମଧ୍ୟ ଟୀକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି . ତେବେ ଏ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସ୍ୱର୍ଣଲତା ବିଶ୍ୱାସ ଙ୍କୁ ପଚାରିବାରୁ ଛତୁଆ ଓ ଗରମ ଖାଦ୍ୟ ଯୋଗାଣ ନିମନ୍ତେ ଆମେ ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର, ଜି ଆର ଏସ ଙ୍କ ସହଯୋଗ ରେ କରୁଥିବା ପ୍ରକାଶ କରିଥିଲେ ସିଦ୍ଧ ଅଙ୍ଗନୱାଡ଼ି ଙ୍କ ଆନ୍ଦୋଳନ ଯଥାଶୀଘ୍ର ବନ୍ଦ ହେବ ଏବଂ ସ୍ବାଭାବିକ ସ୍ଥିତି ଆସିବ ବୋଲି କହିଥିଲେ । ଅଣ୍ଡା ଦର ମର୍କେଟ ରେ ୬ଟଙ୍କା ଥିବା ବେଳେ ସରକାରୀ ଅଣ୍ଡା ବାବଦ କୁ ୫ଟଙ୍କା ଦେଉଥିବା ବିଷୟରେ ମଧ୍ୟ ପଚରିବରୁ ଏହା ଉପରେ ସରକାର ଆଲଚନା କରୁଥିବା କହିଛନ୍ତି ।ଏହି ଗସ୍ତ ସମୟରେ ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣା ସହ ଅଙ୍ଗନୱାଡ଼ି ପରିଦର୍ଷୀକା ତଥା ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.