Jai Odisha
News

ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ

ଭୁବନେଶ୍ବର,୨୮।୭: ନବ ଦାସ ହତ୍ୟା ମାମଲାରେ   ଆସିଲା ଗୋପାଳର ପଲିଗ୍ରାଫ୍ ରିପୋର୍ଟ । ପଲିଗ୍ରାଫ୍ ଟେଷ୍ଟରେ ଗୋପାଳ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ସୂଚନା ରହିଛି ।  ଏହି ରିପୋର୍ଟରେ ହତ୍ୟା ସଂପର୍କିତ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ମନୋଜ ବରିହା ନାମରେ ଜଣେ ବ୍ୟକ୍ତି ଗୋପାଳ ଦାସଙ୍କୁ କହିଥିଲେ ଯେ, ଦାଦା ତୁମ ଉପରେ ଖପ୍ପା ଅଛନ୍ତି। ଏହା ଶୁଣିବା ପରେ ମନ୍ତ୍ରୀଙ୍କ ଆଡୁ ଜୀବନପ୍ରତି ବିପଦ ଥିବା ଆଶଙ୍କାରେ ଗୋପାଳ ଦାସ ଚିନ୍ତିତ ଥିଲା। ନବ ଦାସଙ୍କ ଆଡୁ ଜୀବନ ପ୍ରତି ବିପଦ ଥିବା ମନେ କରିଥିଲା। ଏଥି ପାଇଁ ସେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଶପଥ ନେବା ସହିତ ଗତ ଜାନୁଆରି ୨୯ ତାରିଖରେ ଏହାକୁ କାର୍ଯ୍ୟକାରୀ କରିଥିଲା ବୋଲି ଜଣାପଡ଼ିଛି। ପୂର୍ବରୁ ୨ ଥର ନବଙ୍କୁ ହତ୍ୟା ଉଦ୍ୟମ କରି ସେ ବିଫଳ ହୋଇଥିବା ଜଣାପଡ଼ିଛି ।

 

Leave A Reply

Your email address will not be published.