Jai Odisha
News

ଜୁନ୍‌ ପହିଲାରୁ ଖୋଲିବ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ,୧୭ା୫:ଜୁନ୍‌ ପହିଲାରୁ ଖୋଲିବ ରାଷ୍ଟ୍ରପତି ଭବନ । ସପ୍ତାହକୁ ୬ ଦିନ ବୁଲି ଦେଖିପାରିବେ ସାଧାରଣ ଜନତା ।   ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପରେ ଏଭଳି ସୂଚନା ଦିଆଯାଇଛି ।  ସାଧାରଣ ଜନତା ଏହି ଦିନ ମଧ୍ୟରେ ସକାଳ ୯ଟାରୁ ସନ୍ଧ୍ୟା ସାଢେ ୪ଟା ଯାଏଁ ୭ଟି ସ୍ଲଟରେ ରାଷ୍ଟ୍ରପତି ଭବନ ବୁଲି ଦେଖିପାରିବେ ।ହେଲେ ସୋମବାର ଲୋକେ ରାଷ୍ଟ୍ରପତି ଭବନ କିମ୍ବା ମ୍ୟୁଜିୟମ ଟୁର ମଜା ନେଇପାରିବେ ନାହିଁ । ପୂର୍ବରୁ ବୁଧବାରରୁ ରବିବାର ଭିତରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହୁଥିଲା । କେବଳ ରାଷ୍ଟ୍ରପତି ଭବନ ୫ ଏକର ଜାଗା ଉପରେ ନିର୍ମିତ । ୪ ମହଲା ବିଶିଷ୍ଟ ଏହି ଭବ୍ୟ ଭବନ ଭିତରେ ୩୪୦ ଟି କୋଠରୀ ଅଛି । ଏହା ପରିସରରେ ୧୯୦ ଏକର ଜମିର ପ୍ରଶସ୍ତ ଉଦ୍ୟାନ ରହିଛି ।

Leave A Reply

Your email address will not be published.