Jai Odisha
News

ଜୁନ୍ ୧୦ରୁ ଚାଷୀଙ୍କୁ ସାଙ୍ଗରେ ଧରି ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ୱର,୧।୬:ଆସନ୍ତା ଜୁନ୍ ୧୦ତାରିଖରୁ ପ୍ରତ୍ୟେକ ଜିଲ୍ଲା ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଷୀଙ୍କ ସହ ବିକ୍ଷୋଭ ଏବଂ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ ବୋଲି ଘୋଷଣା ପ୍ରଦେଶ କଂଗ୍ରେସ  କରିଛି। ଆଜି ପ୍ରଦେଶ କିଷାନ କଂଗ୍ରେସ ମୁଖ୍ୟ ଅମୀୟ କୁମାର ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ଦିଗରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତା’ ଉପରେ ଏକ ଶ୍ୱେତପତ୍ର ପ୍ରକାଶ ନକଲେ ଆସନ୍ତା ଜୁୂନ୍ ୧୦ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀ ଆନ୍ଦୋଳନ ଓ ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟ ଜନସଂଖ୍ୟାର ୬୫ ପ୍ରତିଶତର ଉର୍ଦ୍ଧ୍ୱ ଲୋକ କୃଷି କାର୍ଯ୍ୟରେ ନିୟୋଜିତ। ଆଜି ରାଜ୍ୟର କୃଷି କ୍ଷେତ୍ର ବିପର୍ଯ୍ୟସ୍ତ ଓ କୃଷକ ସବୁଠାରୁ କ୍ଷତିଗ୍ରସ୍ତ । ଭାଗଚାଷୀଙ୍କ ସମସ୍ୟା କହିଲେ ନ ସରେ । ଲକ୍ଷ ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷଜମି ପଡ଼ିଆ ପଡ଼ିଛି । ୩୦ ଲକ୍ଷରୁ ଉର୍ଦ୍ଧ୍ୱଲୋକ ଚାଷ ବାସ ଛାଡ଼ି ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ୧୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଫସଲ ହାନୀ, ଋଣଭାର, ଅଭାବୀ ବିକ୍ରିର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି । ଚାଷୀର ଚାଷ ଉପଯୋଗୀ ଜମିକୁ ଶାଗ ମାଛ ମୂଲ୍ୟରେ ବାହାର ଶିଳ୍ପପତିମାନଙ୍କ ହାତରେ ଟେକି ଦିଆଯାଇଛି । ଆଜି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ କିଷାନ କଂଗ୍ରେସର ପରିବର୍ଦ୍ଧତ କାର୍ଯ୍ୟକାରିଣୀ ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗଦେଇ ଉଭୟ ସରକାରର ଚାଷୀମାରଣ ନୀତିକୁ ତୀବ୍ର ନିନ୍ଦା କରିଛନ୍ତି । ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରରେ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସବୁଠାରୁ ପଛୁଆ ଏବଂ ଚାଷୀର ଆୟ ଜାତୀୟସ୍ତରଠାରୁ ତଳଆଡ଼ୁ ଦ୍ୱିତୀୟ ସ୍ଥାନରେ । ଆଳୁ ମିଶନ ଓ ପିଆଜ ମିଶନ ଫେଲ୍ ମାରିଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏକ ପ୍ରହସନ ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.