Jai Odisha
News

ଜୁନ୍ ୮ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ନୂଆଦିଲ୍ଲୀ,୩୦/୦୫: ୨୯ ତାରିଖରେ କେରଳକୁ ମୌସୁମି ଛୁଇଁଛି । କେରଳରେ ମୌସୁମି ପହଞ୍ଚି ଥିଲା ବେଳେ ଅନ୍ୟ ରାଜ୍ୟର ଲୋକେ ଏହାକୁ ଅପେକ୍ଷା କରିଛନ୍ତି । କେରଳରେ ମୌସୁମି ପ୍ରଭାବରେ ପ୍ରବଳ ବର୍ଷା ମଧ୍ୟ ହୋଇଯାଇଛି ।ମୌସୁମୀ ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ଶେଷରେ କେରଳରେ ଆସି ପହଞ୍ଚି ସାରିଛି । ଏହାର ପ୍ରଭାବ ସମଗ୍ର ଦେଶ ଉପରେ ପଡିଛି । ଫଳରେ ଆଜି ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ଆର.କେ ଜେନାମଣି କହିଛନ୍ତି,ଆରବ ସାଗରର ଅଧିକାଂଶ ଅଞ୍ଚଳକୁ ମୌସୁମୀ ପାଇଁ ଅବସ୍ଥା ଅନୁକୂଳ ଅଟେ। ଏହା ଦକ୍ଷିଣ ଆରବ ସାଗର, ଲାକ୍ଷ୍ମାଦ୍ୱୀପ ଏବଂ କେରଳର ଅଧିକାଂଶ ଅଂଶ ଉପରେ ଗତିକରିବ । ଏହା ବ୍ୟତୀତ ଏହା କର୍ଣ୍ଣାଟକ, ତାମିଲନାଡୁ, ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବାଞ୍ଚଳର ଅଧିକ ଅଂଶକୁ ମଧ୍ୟ ପ୍ରଭାବିତ କରିବ । ପାଗ ପରିବର୍ତ୍ତନ ହେତୁ ଆସନ୍ତା ପାଞ୍ଚ ଦିନ ପାଇଁ ଦିଲ୍ଲୀ, ଉତ୍ତର-ପଶ୍ଚିମ ଭାରତ ଏବଂ ମଧ୍ୟ ଭାଗରେ ଖରାର ପ୍ରଭାବରୁ ଆରାମ ମିଳିବ।ତେବେ ଏହା ମଧ୍ୟରେ ଦକ୍ଷିଣ ଆରବ ସାଗର, ଲାକ୍ଷାଦ୍ୱୀପ ଓ କେରଳର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇ ଉଠିଛି । ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର, କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତର-ପୂର୍ବ ବଙ୍ଗୋପସାଗର, ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ମୌସୁମୀ ସକ୍ରିୟ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.