Jai Odisha
News

ଜେଲ ଭିତରେ ଗ୍ୟାଙ୍ଗଷ୍ଟର ଟିଲୁକୁ ହତ୍ୟା

ନୂଆଦିଲ୍ଲୀ,୨।୫:ଦିଲ୍ଲୀ ତିହାର ଜେଲ୍‌ରେ ଗ୍ୟାଙ୍ଗୱାର୍‌(Tihar Jail Gangwar)। ଦିଲ୍ଲୀର ରୋହିଣୀ କୋର୍ଟରେ ଗୁଳିମାଡ଼ ଘଟଣାରେ ତିହାର ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଲୁ ତାଜପୂରିୟା ଓରଫ ସୁନୀଲ ମାନକୁ ମଙ୍ଗଳବାର ସକାଳେ ହତ୍ୟା କରାଯାଇଛି। ଜେଲ ଭିତରେ ଥିବା ତା’ର ବିପକ୍ଷ ଗୋଷ୍ଠୀର ସଦସ୍ୟମାନେ ତାକୁ ଲୁହା ରଡ୍‌ରେ ପିଟି ମାରି ଦେଇଥିବା ଜଣାପଡ଼ିଛି।ଏହି  ଗ୍ୟାଙ୍ଗୱାର୍‌ରେ ଦିଲ୍ଲୀର ଟପ୍‌ ମୋଷ୍ଟ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜାପୁରିଆ(Gangster Tillu Tajpuria Murder)କୁ ହତ୍ୟା କରାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୬ଟାରେ ଜେଲ୍‌ ଭିତରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟରେ ଟିଲ୍ଲୁ ଉପରେ ମରଣାନ୍ତକ ଆକ୍ରମଣ ହେବା ଯୋଗୁ ତା’ର ମୃତ୍ୟୁ ହୋଇଛି। ଲୁହା ଗ୍ରୀଲ୍‌ରେ ତା’ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଟିଲ୍ଲୁକୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଜେଲ୍‌ ନମ୍ବର-୮ରେ ବନ୍ଦୀ ଥିବା ଯୋଗେଶ ଟୁଣ୍ଡା ନାମକ ଜଣେ କଏଦୀ ଲୁହା ଗ୍ରୀଲ୍‌ରେ ଜେଲ୍‌ ନମ୍ବର-୯ରେ ବନ୍ଦୀ ଥିବା ଟିଲ୍ଲୁ ଉପରେ ହଠାତ୍‌ ଆକ୍ରମଣ କରିଥିଲା। ଏଥିରେ ଟିଲ୍ଲୁ ଗୁରୁତର ଆହତ ହୋଇଥିଲା। ତେବେ ପରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି।ଗୁରୁତର ଭାବେ ଆହତ ଟିଲୁ ତାଜପୁରିୟାକୁ ଦୀନ ଦୟାଲ ଉପାଧ୍ୟାୟ ହସ୍‌ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍‌ପିଟାଲ କର୍ତ୍ତୃପକ୍ଷ  ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଟିଲୁକୁ ଜେଲରେ ଥିବା ଯୋଗେଶ ଟୁଣ୍ଡା, ତା’ର ସହଯୋଗୀ ଦୀପକ ତୀତାର, ରିୟାଜ ଖାନ ଓ ରାଜେଶ ଆକ୍ରମଣ କରିଥିଲେ। ସେମାନେ ଲୁହା ରଡ୍‌ରେ ଟିଲୁକୁ ପିଟିଥିଲେ। ସେମାନେ ରୋହିତ ନାମକ ଆଉ ଜଣେ କଏଦୀଙ୍କୁ ବି ପିଟିଥିଲେ। ତେବେ ତାଙ୍କ ଅବସ୍ଥା ଭଲ ଅଛି। ଯୋଗେଶ ଜଣେ ଶାର୍ପସୁଟର। ସେ ମୃତ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗି ଗ୍ୟାଙ୍ଗରେ ଥିଲା। ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିକୁ ଲୋକ ଲଗାଇ କୋର୍ଟରୁମ ଭିତରେ ହତ୍ୟା କରିଥିଲା ଟିଲୁ।

Leave A Reply

Your email address will not be published.