Jai Odisha
News

ଜେସିବି ସହ ଯାତ୍ରୀବାହୀ ବସ୍ ଧକ୍କା

କେନ୍ଦ୍ରାପଡ଼ା, ୨୬/୦୫ : ଜେସିବି ସହ  ଧକ୍କା ହେଲା ଯାତ୍ରୀବାହୀ ବସ୍। କେନ୍ଦ୍ରାପଡ଼ା-ଗଣ୍ଡକିଆ ରାସ୍ତାର ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ବିଟି ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବିଟି ନାମକ ଏକ ଯାତ୍ରୀବାହୀ ବସ୍ କଣ୍ଟାବଣରୁ ଭୁବନେଶ୍ୱର ଯାଉଥିଲା। କେନ୍ଦ୍ରାପଡ଼ା-ଗଣ୍ଡକିଆ ରାସ୍ତାର ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଜେସିବି ସହ ବସ୍‌ଟି ମୁହାଁମୁହିଁ ଧକ୍କା ହୋଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା। ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ରେ ପ୍ରାୟ ୩୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ରାସ୍ତା ଖୁବ୍ ସଂକୀର୍ଣ୍ଣ ହୋଇଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.