Jai Odisha
News

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଚାର ବେଳେ ହିଂସା

ଝାରସୁଗୁଡ଼ା,୪।୫: ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରଚାର ବେଳେ ହିଂସା ହୋଇଥିବା ଅଭିଯୋଗ ହୋଇଛି।  । ପ୍ରଚାର ବେଳେ ବିଜେଡି କର୍ମୀଙ୍କ ପଥର ଓ ଅଣ୍ଡାମାଡ଼ । ବୁଧବାର ମଙ୍ଗଳ ବଜାର ୨୨ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଟେକା ପଥର ମାଡ଼ କରିଥିଲେ ବିଜେଡି କର୍ମୀ । ଆଉ ଆକ୍ରମଣ ବେଳେ ଛିଡ଼ା ହୋଇ ଦେଖଣାହାରୀ ସାଜିଥିଲା ପୋଲିସ । ଆକ୍ସନ ନେବା ପରିବର୍ତ୍ତେ ଆକ୍ସନର ମଜା ନେଉଥିଲା । ସହିପରି ସନ୍ଧ୍ୟାରେ ଷ୍ଟାର ପ୍ରଚାରକ ବିଧାୟିକା କୁସୁମ ଟେଟେଙ୍କୁ ଜୀବନରୁ ମାରି ଦେବାକୁ ହୋଇଥିଲା ଉଦ୍ୟମ । ବିଧାୟିକାଙ୍କ ଗାଡ଼ିକୁ ଢେଲା ଓ ଅଣ୍ଡା ମାଡ଼ କରାଯାଇଥିଲା । ବନ୍ଧୁକ ଧରି ଆସିଥିଲେ ବିଜେଡି ଗୁଣ୍ଡା । ଜାତିଆଣ ଆକ୍ଷେପ ସହ ଜୀବନରୁ ମାରି ଦେବାକୁ ଦେଇଥିଲେ ଧମକ । ଘଟଣାକୁ ନେଇ ଲଇକେରା ଥାନାର ଦ୍ବାରସ୍ଥ ହୋଇଥିଲେ ବିଧାୟିକା । ୧୭ ଜଣଙ୍କ ନାଁରେ ଦେଇଥିଲେ ଏତଲା । ତେବେ ପୋଲିସ ଜଣଙ୍କୁ ବି ଗିରଫ ନ କରିବାକୁ ଥାନା ଆଗରେ ଦେଇଥିଲେ ଧାରଣା । ବିଧାୟିକାଙ୍କ ସହ ଧାରଣା ତେଜେଶ୍ବର ପରିଡ଼ା ଓ କିଛି କର୍ମୀ ମଧ୍ୟ ଧାରଣାରେ ବସିଥିଲେ । ଧାରଣା ସମୟରେ ଲଇକେରା ଥାନାକୁ ଘେରି ରହିଥିଲେ ଶତାଧିକ ବିଜେଡି ଗୁଣ୍ଡା । ଗଣମାଧ୍ୟମ ପ୍ରତିନିଧିଙ୍କୁ ବାହାରକୁ ଡାକି ପ୍ରସାରଣ ବନ୍ଦ ପାଇଁ ଦେଇଥିଲେ ଧମକ ।

Leave A Reply

Your email address will not be published.