Jai Odisha
News

ଝାରସୁଗୁଡାରେ ମତଦାନ ଆଜି

ଝାରସୁଗୁଡା ,୧୦।୫ :   ଆଜି ଝାରସୁଗୁଡା ଉପନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଛି । ସେଥିପାଇଁ ଆଜି ସକାଳ ୭ ଘଟିକାରେ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଏହି ପ୍ରକ୍ରିୟା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁରହିବ ।ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ଜିଲ୍ଲାରେ ୨୫୩ଟି ବୁଥରେ ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ନିର୍ବାଚନରେ ୯ ଜଣ ପ୍ରାର୍ଥୀ ଥିବା ବେଳେ ଲଢିବେ ମୁଖ୍ୟତଃ ତ୍ରିମୁଖୀ ଦଳ । ବିଜେଡି ପ୍ରାର୍ଥୀରେ ଦିପାଳୀ ଦାସ, ବିଜେପି ପ୍ରାର୍ଥୀ ଟଙ୍କଦ ତ୍ରୀପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ । ଏମାନଙ୍କୁ ମଧ୍ୟରୁ କାହାକୁ ଝାରସୁଗୁଡାବାସୀ ବାଛିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସମ୍ବେଦନଶୀଳ ବୁଥରେ ଅଧିକ ଫୋର୍ସଙ୍କୁ ମୁତୟନ କରାଯାଇଛି । ତେବେ କଡା ସୁରକ୍ଷା ଭିତରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ଭୋଟିଂ ସେଣ୍ଟରରେ ଉପସ୍ଥିତ ଅଛନ୍ତି । ଭୋଟ କେନ୍ଦ୍ରରେ ଲୋକେ ସକାଳୁ ସକାଳୁ ଆବଶ୍ୟକୀୟ ଭୋଟର ପରିଚୟ ପତ୍ର ନେଇ ପହଁଚିଛନ୍ତି ଏବଂ ନିଜର ମତ ସାବ୍ୟସ୍ତ କରୁଛନ୍ତି । ମୋଟ୍ ୨୫୩ ବୁଥରେ କଡ଼ା ସୁରକ୍ଷା ମଧ୍ୟରେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ। ମୋଟ ୨୫୩ଟି ବୁଥରୁ ଅଧିକାଂଶ ୨୨୭ଟି ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ । ଆଉ ୨୬ଟି ବୁଥକୁ ପିଙ୍କ୍ ବୁ୍‌ଥ କରାଯାଇଛି । ପ୍ରତ୍ୟେକ ବୁଥରେ ୪ଜଣ ପୁଲିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ୨୪ଟି ଟିମ(୯୬ଜଣ ପୁଲିଂ ଅଫିସର)କୁ ରିଜର୍ଭ ରଖାଯାଇଛି। ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସବୁ ବୁଥରେ ସିସିଟିଭି ଲଗାଯାଇଛିା

Leave A Reply

Your email address will not be published.