Jai Odisha
News

ଝୁଲା ପୋଲ ଛିଡ଼ିବା ଘଟଣାରେ ୯ ଗିରଫ

 

ନୂଆଦିଲ୍ଲୀ, ୩୧/୧୦ : ଗୁଜୁରାଟର ମାଛୁ ନଦୀ ଝୁଲାପୋଲ ଛିଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୫୦ର ନିକଟତର ହେବାକୁ ଲାଗିଲାଣି ।ଗୁଜରାଟ ମାଛୁ ନଦୀ ଝୁଲା ପୋଲ ଟ୍ରାଜେଡି ଘଟଣାରେ ଆସିଲା ନୂଆ ମୋଡ଼ । ଏହି ଘଟଣାରେ ୯ ଜଣଙ୍କୁ ଗିରଫ କଲା ପୋଲିସ । ଅଟକ ରଖିଥିବା ୯ ଜଣଙ୍କ ମଧ୍ୟରୁ ସମସ୍ତ ୯ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ଝୁଲାପୋଲ ରକ୍ଷଣାବେକ୍ଷଣ ସଂସ୍ଥାର କର୍ମଚାରୀ । ତେବେ ସେମାନଙ୍କୁ ନିଜ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଗିରଫ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ଏଭଳି ଏକ ବଡ ଦୁର୍ଘଟଣା ଏବେ ସାରା ଭାରତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମାଛୁ ନଦୀର ଝୁଲାପୋଲ ଛିଡିଯିବାରୁ ଏବେ ୧୪୧ ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଥିବା ବେଳେ ଏହି ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ତେବେ ପୋଲିସ ଏହି ଘଟଣାକୁ କେନ୍ଦ୍ର କରି ଝୁଲାପୋଲ ରକ୍ଷଣାବେକ୍ଷଣ ସଂସ୍ଥାର ୯ ଜଣଙ୍କୁ ଅଟକ ରଖିଥିଲା ପୋଲିସ । ତେବେ ବର୍ତ୍ତମାନ ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୋଲିସ ତଦନ୍ତ ମଧ୍ୟ ଆଗକୁ ବଢାଇଛି ।

Leave A Reply

Your email address will not be published.