Jai Odisha
News

ଟିଆରଏଲ କ୍ରୋସାକି କାରଖାନା ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା, ୦୩।୦୩ : ଟିଆରଏଲ କ୍ରୋସାକି  କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଝାରସୁଗୁଡା ଜିଲ୍ଲା ବେଲପାହାଡସ୍ଥିତ ଟିଆରଏଲ କ୍ରୋସାକି କାରଖାନାର ଡୋଲୋମାଇଣ୍ଟ ପ୍ଲାଣ୍ଟରେ ଅଗ୍ନିକାଣ୍ଡ l ଆଜି ସକାଳେ ଏହି କମ୍ପନୀ ଭିତରେ ଭାୟାଵହ ଅଗ୍ନିକାଣ୍ଡ ଘଟିଛି।  ଗୁରୁବାର ସକାଳ ସମୟରେ କମ୍ପାନୀ କାରଖାନା ପ୍ଲାଣ୍ଟରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବହୁତ ଜୋରରେ ବ୍ୟାପିବାରେ ଲାଗିଥିଲା । ତେବେ କିଛି ସମୟରେ କାରଖାନାରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିବା କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଅଗ୍ନିକାଣ୍ଡ ଯୋଗୁଁ କେତେ ପରିମାଣର କ୍ଷୟକ୍ଷତି ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସେହିପରି କାରଖାନାରେ ନିଆଁ କିପରି ଲାଗିଲା । ସେନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ ।

Leave A Reply

Your email address will not be published.