Jai Odisha
News

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ ,୩୦/୧୦: ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଚଳିତ ଟି-୨୦ ବିଶ୍ଵ କପରେ ଦୁଇ ଦଳର ଏହା ତୃତୀୟ ମ୍ୟାଚ୍। ଏହି ମୁକାବିଲା ଜିତି ସେମି ଫାଇନାଲର ନିକଟତର ହେବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ। ଗ୍ରୁପ-୨ର ପଏଣ୍ଟ ଟେବୁଲରେ ଭାରତ ଦୁଇଟି ମ୍ୟାଚରୁ ଦୁଇଟି ଜିତି ୪ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ସମାନ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଏକ ବିଜୟ ଏବଂ ଗୋଟିଏ ମ୍ୟାଚ୍ ବର୍ଷାରେ ଧୋଇ ହୋଇଯିବାରୁ ୩ ପଏଣ୍ଟ ସହ ଦ୍ଵିତୀୟରେ ରହିଛି। ଦୁଇ ଦଳ ପାଇଁ ଆଜିର ମ୍ୟାଚ୍ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। ଦକ୍ଷିଣ ଆଫ୍ରିକା ଏ ପର୍ଯ୍ୟନ୍ତ ଖେଳିଥିବା ଦୁଇଟି ମୁକାବିଲାରେ ତିନି ଦ୍ରୁତ ବୋଲର ଏବଂ ଦୁଇ ସ୍ପିନର ସହ ପଡିଆକୁ ଓହ୍ଲାଇଛି। ମାତ୍ର ପର୍ଥ ମଇଦାନରେ ବିପକ୍ଷ ଦଳ ନିଜର ରଣନୀତିରେ ପରିବର୍ତ୍ତନ କରିପାରେ। ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ଏହି ପିଚରେ ଦକ୍ଷିଣ ଆଫ୍ରିକା ଜଣେ ସ୍ପିନରଙ୍କୁ ବସାଇ ଆଉ ଜଣେ ଦ୍ରୁତ ବୋଲର ମାର୍କୋ ଜନସେନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରିପାରେ। ଜନସେନଙ୍କ ବ୍ୟତୀତ ଦଳରେ ଓ୍ଵେନ ପାର୍ଣ୍ଣେଲ ବି ସାମିଲ୍ ଅଛନ୍ତି। ଦଳର ତାରକା ବୋଲର ଏନରିଚ୍ ନୋର୍ତ୍ତଜେ ପର୍ଥରେ ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇ ପାରନ୍ତି।

Leave A Reply

Your email address will not be published.