Jai Odisha
News

ଟି-୨୦: ଆଜି ଭାରତ ଓ ଅଷ୍ଟ୍ରେଲିଅ ମଧ୍ୟରେ ହେବ ଲଢ଼େଇ

ହାଇଦ୍ରାବାଦ,୨୫/୦୯: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଆରମ୍ଭ ହେବ । ତେବେ ଉଭୟ ଟିମ୍ ପାଇଁ ଏହି ମ୍ୟଚ ଗୁରୁତ୍ୱପୂର୍ଣ୍ଣ ।ମୋହାଲିରେ ୨୦୮ ରନ୍‌ ସଂଗ୍ରହ କରି ମଧ୍ୟ ଭାରତ ପରାଜିତ ହୋଇଥିଲା । ନାଗପୁରରେ ବର୍ଷା ବାଧା ସୃଷ୍ଟି କରିବାରୁ ୮ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ବିଜୟୀ ହୋଇଥିଲା । ବିଜୟ ସତ୍ତେ୍ୱ ଭାରତ କିଛି ଦୁର୍ବଳତା ଦୂର କରିପାରି ନଥିଲା । ଜଶପ୍ରୀତ ବୁମରା ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ହର୍ଷଲ ପଟେଲ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ ।ବୋଲରମାନେ ଫର୍ମରେ ଥିବା ମାଥ୍ୟୁ ୱେଡ୍‌ଙ୍କୁ ଅଟକାଇବାର ଉପାୟ ପାଇନଥିଲେ । ସେହିପରି ରିଷଭ ପନ୍ତଙ୍କୁ ଖେଳାଇ ବ୍ୟାଟିଂ ଶକ୍ତି ବୃଦ୍ଧି କରିବା ରଣନୀତି କାମରେ ଲାଗିନଥିଲା । ଅଷ୍ଟ୍ରେଲିଆ ମଧ୍ୟ ସମାନ ତ୍ରୁଟି କରିଥିଲା । ନାଥାନ ଏଲିସ ଆହତ ହୋଇଥିବା ବେଳେ କେନ ରିଚାର୍ଡସନ୍‌ ଫିଟ୍‌ ହୋଇ ଫେରିପାରିନଥିଲେ । ଅଭିଜ୍ଞ ଜୋସ ହାଜେଲଉଡ୍‌ ଓ ପ୍ୟାଟ୍‌ କମିନ୍ସ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ।ନାଗପୁରରେ ବର୍ଷାବାଧିତ ମ୍ୟାଚକୁ ଉଭୟ ପକ୍ଷରୁ ୮-୮ ଓଭର କରି ଦିଆଯାଇଥିଲା । ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଅତିଥି ଟିମ୍ ପ୍ରଥମେ ବ୍ୟାଟିଂ କରି ଭାରତକୁ ୯୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ଏହି ଲକ୍ଷ୍ୟକୁ ଭାରତ ୭.୨ ଓଭରରେ ୪ଟି ୱିକେଟ ହରାଇ ହାସଲ କରିଥିଲା । ଭାରତର ବିଜୟରେ ଅଧିନାୟକ ରୋହିତ ଶର୍ମା ହିରୋ ସାଜିଥିଲେ । ମୋହାଲିରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତକୁ ଅଷ୍ଟ୍ରେଲିଆ ୪ ୱିକେଟରେ ପରାସ୍ତ କରିଥିଲା । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦୮ ରନ୍ ସଂଗ୍ରହ କରିଥିଲା । ଜବାବରେ କଙ୍ଗାରୁ ଟିମ୍ ୪ଟି ବଲ ଥାଇ ଲକ୍ଷ୍ୟ ହାସଲ କରିଥିଲା ।

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ(ଅଧିନାୟକ), କାମେରନ ଗ୍ରୀନ, ଷ୍ଟିଭେନ ସ୍ମିଥ୍‌, ଗ୍ଲେନ ମ୍ୟାକ୍ସୱେଲ୍‌, ଜୋସ ଇଂଲିଶ, ଟିମ ଡେଭିଡ୍‌, ମାଥ୍ୟୁ ୱେଡ୍‌, ପ୍ୟାଟ୍‌ କମିନ୍ସ, ନାଥାନ ଏଲିସ୍‌/ଡାନିଏଲ୍‌ ସାମ୍ସ, ଆଡାମ ଜାମ୍ପା, ଜୋସ ହାଜେଲଉଡ୍‌ ।

ଭାରତ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲ/ଆର ଅଶ୍ୱିନ ।

Leave A Reply

Your email address will not be published.