Jai Odisha
News

ଟି-୨୦ ବିଶ୍ବକପ: ୫ ରନରେ ହାରିଲା ବାଂଲାଦେଶ

ଆଡିଲେଡ୍‌ ୦୨/ ୧୧: ଭାରତ ବାଂଲାଦେଶ ବିପକ୍ଷରେ ଆଜି ବିଶ୍ୱକପର ୩୫ ତମ ମ୍ୟାଚ୍ ଖେଳାଯାଇଛି ।   ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ଭଲ ଆରମ୍ଭ କରିଥିଲା ବାଂଲାଦେଶ । ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରିଥିଲେ ଲିଟନ୍‌ ଦାସ । ମାତ୍ର ୨୭ ବଲରୁ ବିସ୍ଫୋରକ ୬୦ ରନର ଇନିଂସ ଖେଳି ସୁଦ୍ଧା ପରାଜିତ ହୋଇଛି ବାଂଲାଦେଶ ।   । ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲା ଟିମ୍‌ ଇଣ୍ଡିଆ । ଓପନର୍‌ ଲୋକେସ ରାହୁଲ ଏବଂ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୮୪ ରନ । ୧୮୫ ରନର ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ବାଂଲାଦେଶ । ବର୍ଷା ବାଧାପ୍ରାନ୍ତ ଏହି ମ୍ୟାଚ୍‌ ୧୬ ଓଭର ବିଶିଷ୍ଟ ହୋଇଥିଲା ଏବଂ ବାଂଲାଦେଶକୁ ୧୫୧ରନର ଟାର୍ଗେଟ୍‌ ମିଳିଥିଲା । କିନ୍ତୁ ଦଳ ୬ ଓ୍ବିକେଟ ହରାଇ ୧୪୫ ରନ କରିବାକୁ ସକ୍ଷମ ହୋଇଛି । ଅର୍ଶଦୀପ ସିଂହ ଘାତକ ବୋଲିଂକରି ୨ ଓ୍ବିକେଟ ନେବାକୁ ସକ୍ଷମ ହୋଇଛନ୍ତି । ବାଂଲାଦେଶ ପକ୍ଷରୁ ଓପନର ନଜମୁଲ ହୋସେନ ସାନ୍ତୋ ୨୧ ରନ କରି ଆଉଟ ହୋଇଥିବା ବେଳେ ଲିଟନ୍‌ ଦାସ ୨୭ ବଲରୁ ୨୭ଟି ଚୌକା ଏବଂ ୩ଟି ଛକା ସହାୟତାରେ ୬୦ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ ସାକିବ ଅଲ ହାସନ୍‌ ୧୩ରନ, ଆଫିଫ୍‌ ହୋସେନ ୩ରନ କରି ଆଉଟ ହୋଇଛନ୍ତି ।ସେହିଭଳି ୟାସିର୍‌ ଅଲୀ ୧ ରନ କରି ଆଉଟ ହୋଇଥିବା ବେଳେ ମୋସାଡିକ୍‌ ହୋସେନ୍‌ ୬ରନ କରି ପ୍ୟାଭିଲିୟନ ଫେରିଛନ୍ତି । ନୁରୁଲ ହାସନ ୨୫ ରନ ଏବଂ ତସ୍କିନ୍‌ ଅହମଦ ୧୨ରନ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୪ ଓଭରରେ ୩୮ ରନଦେଇ ୨ଟି ଓ୍ବିକେଟ ନେଇଥିବା ବେଳେ, ହାର୍ଦ୍ଧିକ ପାଣ୍ଡ୍ୟା ୩ ଓଭରରେ ୨୮ରନ ୨ ଓ୍ବିକେଟ, ମହମ୍ମଦ ସାମି ୩ ଓଭରରେ ୨୫ରନ ଦେଇ ୧ ଓ୍ବିକେଟ୍, ଭୁବନେଶ୍ବର କୁମାର ୩ ଓଭରରେ ୨୭ରନ, ଅକ୍ଷର ପଟେଲ ୧ ଓଭରରେ ୬ରନ ଏବଂ ରବିଚନ୍ଦ୍ରନ ଅଶ୍ବିନ ୨ ଓଭରରେ ୧୯ରନ ଦେଇଛନ୍ତି ।

Leave A Reply

Your email address will not be published.