Jai Odisha
News

ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ ୧୨/ ୦୯: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ବକପ ପାଇଁ ୧୫ ଜଣିଆ ଟିମ୍‌ ଘୋଷଣା କରିଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଟ (ବିସିସିଆଇ) । ୪ ଜଣ କ୍ରିକେଟରଙ୍କୁ ଷ୍ଟାଣ୍ଡବାଏ ଭାବେ ରଖାଯାଇଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ବିଶ୍ବକପ ଖେଳିବ ଟିମ୍‌ ଇଣ୍ଡିଆ ।   ଏଥିରେ ରବୀନ୍ଦ୍ର ଜାଡ଼େଜାଙ୍କୁ ବାଦ୍ ଦିଆଯାଇଥିବା ବେଳେ ବୁମ୍‌ରା ଓ ହର୍ଷଲ ପଟେଲ୍‌କୁ ଟିମ୍‌ରେ ସ୍ଥାନ ମିଳିଛି।ଅକ୍ଟୋବର ୧୬ ରୁ ନଭେମ୍ବର ୧୩ରେ ତାରିଖରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ସମ୍ଭାଳିବେ।ଟି-୨୦ ବିଶ୍ୱକପ୍‌ ପାଇଁ ଘୋଷଣା ହୋଇଥିବା ଟିମ୍- ରୋହିତ ଶର୍ମା(କ୍ୟାପ୍ଟେନ୍),କେଏଲ୍ ରାହୁଲ(ଭାଇସ୍ କ୍ୟାପ୍ଟେନ୍), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷବ ପନ୍ତ(ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର୍ ଅଶ୍ୱନୀ, ୟୁଜୱେନ୍ଦ୍ର ଚହଲ,  ଅକ୍ଷର ପଟେଲ, ଜସପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ।

Leave A Reply

Your email address will not be published.