Jai Odisha
News

ଟ୍ରେନରେ ନିଆଁ ଲଗାଇବା ଘଟଣା:କୋଚିଂ ଅପରେଟର ଖାନ ସାରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୭/୦୧: ଆରଆରବି-ଏନଟିପିସି ପରୀକ୍ଷାକୁ ନେଇ ଜାରି ରହିଥିବା ଛାତ୍ର ଆନ୍ଦୋଳନକୁ ନେଇ ତଦନ୍ତ ଜାରି ରହିଛି । ପାଟନାର ଏକ ପୋଲିସ୍ ଷ୍ଟେସନ୍ ରେ  ଖାନ ସାର୍ ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ୬ଜଣ ଶିକ୍ଷକଙ୍କ ନାଁରେ ଅଭିଯୋଗ କରାଯାଇଛି । RRBNTPC ରେଜଲ୍ଟ ହଙ୍ଗମା ମାମଲାରେ ଖାନ ସାରଙ୍କ ବିରୋଧରେ ପତ୍ରକାର ନଗର ଥାନରେ ମାମଲା ରୁଜୁ । ଗତ ତିନି ଦିନ ଧରି ଏନଟିପିସି ଫଳାଫଳକୁ ନେଇ ବିରୋଧ ଚାଲିଥିଲା । ପାଟଣାସ୍ଥିତ ପତ୍ରକାର ନାଗର ପୋଲିସ ଷ୍ଟେସନରେ କୋଚିଂ ଅପରେଟର ଖାନ ସାରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଖାନ ସାରଙ୍କ ବ୍ୟତୀତ ଏସ.କେ ଝା ସାର୍, ନବୀନ ସାର୍, ଅମରନାଥ ସାର୍, ଗଗନ ପ୍ରତାପ ସାର୍, ଗୋପାଳ ଭର୍ମା ସାର୍ ଏବଂ ବଜାର କମିଟିର ବିଭିନ୍ନ କୋଚିଂ ଅପରେଟରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇପିସି ଧାରା ୧୪୭, ୧୪୮, ୧୪୯, ୧୫୧, ୧୫୨, ୧୮୬, ୧୮୭, ୧୮୮, ୩୩୦, ୩୩୨, ୩୫୩, ୫୦୪, ୫୦୬ ଏବଂ ୧୨୦ ଲାଗୁ ହୋଇଛି ।ପୋଲିସର କହିବାନୁସାରେ, ଭିଡିଓ ଫୁଟେଜ୍ ଓ ଘଟଣା ସ୍ଥଳରୁ ଗିରଫ କରାଯାଇଥିବା ଲୋକଙ୍କ ବୟାନ ଆଧାରରେ ତଦନ୍ତ କରାଯାଉଛି ।  ସୂଚନା ମୁତାବକ ଜାନୁଆରୀ ୨ରେ, ଛାତ୍ରମାନେ ପାଟଣାର ରାଜେନ୍ଦ୍ର ନାଗର ଟର୍ମିନାଲରେ ହଙ୍ଗାମା ସୃଷ୍ଟି କରିଥିଲେ । ଘଟଣାରେ ୩ଶହରୁ ୪ଶହ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା । ଏହି ଅନୁସନ୍ଧାନରେ ଛାତ୍ର କିଶନ କୁମାର, ରୋହିତ କୁମାର, ରାଜନ କୁମାର ଏବଂ ବିକ୍ରମ କୁମାରଙ୍କୁ ଗିରଫ କରାଯାଇଥିଲା । ପୋଲିସ ସମ୍ମୁଖରେ ଦେଇଥିବା ବିବୃତ୍ତି ଆଧାରରେ ଖାନ ସାର୍ ଏବଂ ଅନ୍ୟ କୋଚିଂ ପ୍ରତିଷ୍ଠାନ ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।ସୂଚନା ଅନୁଯାୟୀ, ବିହାରରେ ରେଲ୍‌ୱେ ରିକ୍ର୍ୟୁଟ୍‌ମେଣ୍ଟ୍‌ ବୋର୍ଡ ଆୟୋଜିତ ନନ୍‌ ଟେକ୍ନିକାଲ୍‌ ପପୁଲାର କ୍ୟାଟେଗୋରି ପରୀକ୍ଷାର ଫଳାଫଳକୁ ନେଇ ତିନିଦିନ ଧରି ଆନ୍ଦୋଳନ ଜାରି ରହିଛି । ଡିଡିୟୁ ରେଳ ମଣ୍ଡଳର ଗୟା ଜନ୍‌କ୍ସନରେ ବୁଧବାର ପରୀକ୍ଷାରେ ତ୍ରୁଟି ଅଭିଯୋଗରେ ଆନ୍ଦୋଳନକାରୀ ଆଶାୟୀ ଭଙ୍ଗାରୁଜା ଭଳି ସ୍ଥିତି ଉପୁଜାଇଛନ୍ତି । ଏହି ସମୟରେ ଗୟା ଜନ୍‌କ୍ସନର କରିମ୍‌ଗଞ୍ଜ ୟାର୍ଡରେ ଛିଡ଼ା ହୋଇଥିବା ଏମ୍‌ଟି କୋଚ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ କୋଚ୍‌ଟି ଜଳି ଯାଇଥିବା ଦେଖିବାକୁ ମିଳିଛି । ଆଶାୟୀମାନେ ରେଳ ଟ୍ରାକ୍‌ ଜାମ୍‌ କରିଦେଇଛନ୍ତି ।

Leave A Reply

Your email address will not be published.