Jai Odisha
News

ଡବ୍ଲ୍ୟୁପିଏଲ 2024: ଉଦଘାଟନୀ ମ୍ୟାଚରେ ଆଜି ଦିଲ୍ଲୀ – ମୁମ୍ବାଇ ମୁକାବିଲା

ଆଜିଠୁ ଆରମ୍ଭ ଡବ୍ଲ୍ୟୁପିଏଲ ସିଜିନ 2

ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଡବ୍ଲ୍ୟୁପିଏଲର ଦ୍ଵିତୀୟ ସଂସ୍କରଣ. ଉଦଘାଟନୀ ମ୍ୟାଚରେ ଗତ ଥରର ଫାଇନାଲ ଖେଳିଥିବା ଦୁଇ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ. ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ବାଙ୍ଗାଲୋରର ଏମ.ଚିନାସ୍ୱାମୀ ଷ୍ଟାଡିଅମ ଏବଂ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିଅମରେ ଖେଳାଯିବ. ସମୁଦାୟ 22 ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ସମସ୍ତ ମ୍ୟାଚ ସନ୍ଧ୍ୟା 7.30 ସମୟରେ ଖେଳାଯିବ. ଫାଇନାଲ ମ୍ୟାଚ ମାର୍ଚ୍ଚ 17 ତାରିଖରେ ଦିଲ୍ଲୀରେ ଖେଳାଯିବ. ପୂର୍ବ ସଂସ୍କରଣ ଭଳି ଚଳିତ ବର୍ଷ ମଧ୍ୟ ପାଞ୍ଚୋଟି ଟିମ ଏଥିରେ ଅଂଶଗ୍ରହଣ କରୁଛନ୍ତି.

Leave A Reply

Your email address will not be published.