Jai Odisha
News

ଡ଼ିଶାରେ ଓଡ଼ିଆ ହେଉଛନ୍ତି ନିର୍ଯାତିତ:ବିଜୟ ପଟ୍ଟନାୟକ

ଭୁବନେଶ୍ୱର,୧୩।୨ : ପୂବର୍ତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ବଦଳି ଯାଇଛନ୍ତି। ରାଜ୍ୟରେ ଦୁର୍ନୀତି ବଢ଼ିଚାଲିଛି। ବିଧାୟକ ଓ ମନ୍ତ୍ରୀ ବି ଅସହାୟ। କେହି ତାଙ୍କୁ ଭେଟି ପାରୁନାହାନ୍ତି।ରାଜ୍ୟ କଂଗ୍ରେସ ଭବନରେ ବିଜୟ ପଟ୍ଟନାୟକଙ୍କ ପ୍ରେସମିଟ୍ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ନେଇ ଦେଲେ ବିସ୍ଫୋରକ ମନ୍ତବ୍ୟ । ମନ୍ତ୍ରୀଙ୍କୁ ଜଣେ ଏଏସଆଇ ହତ୍ୟା କରିବା ବିଶ୍ବାସଯୋଗ୍ୟ ନୁହେଁ । ମନ୍ତ୍ରୀଙ୍କୁ ଆଉ କେହି ହତ୍ୟା କରିଥାଇପାରେ ବୋଲି ଅନୁମାନ । କିଏ ମାରିଛି କ୍ରାଇମବ୍ରାଞ୍ଚ ନିରପେକ୍ଷ ଭାବେ ଉନ୍ମୋଚନ କରିବା ଦରକାର । ଯଦି କ୍ରାଇମବ୍ରାଞ୍ଚ ପାରୁନି, ତଦନ୍ତ ସିବିଆଇକୁ ଦେବା ଉଚିତ । ନିଜ ନିର୍ବାଚନମଣ୍ଡଳୀରେ ମନ୍ତ୍ରୀଙ୍କୁ ହତ୍ୟା ଲଜ୍ଜାଜନକ, ସନ୍ଦେହଜନକ ।ଅପରପକ୍ଷେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ବିଜୟ ପଟ୍ଟନାୟକ କିଛି ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କର ଅତି ଘନିଷ୍ଠ ଥିଲେ।ତେଣୁ ତାଙ୍କ କଥାରେ ସତ୍ୟତା ଥାଇପାରେ। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ, ବିଜୟ ପଟ୍ଟନାୟକ ଯାହା କହିଛନ୍ତି ସବୁ ଠିକ୍‌। କଂଗ୍ରେସରେ ସେ ମିଶିଥିବାରୁ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଛି।

Leave A Reply

Your email address will not be published.